ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେ ନାହିଁ ଦୀପାଳି ଦାସ ଓ ବିଶାଲ ଦାସ । ପରିବାରର କିଛି ଜରୁରୀ କାର୍ଯ୍ୟ ଥିବାରୁ ଆଜି ହାଜର ହେବେ ନାହିଁ । କେବେ ହାଜର ହେବେ ସେ ନେଇ ଜଣାଇବେ ବୋଲି ବିଶାଲ ସୂଚନା ଦେଇଛନ୍ତି । ଦୀପାଳି ଦାସ ମଧ୍ୟ ମହଲତ ଲୋଡ଼ିଛନ୍ତି ।
ବ୍ୟକ୍ତିଗତ କାରଣରୁ ଆଜି ଆସି ପାରିବେ ନାହିଁ ବୋଲି କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି ଦୀପାଳି ଦାସ । କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି । ନବ ଦାସ ହତ୍ୟା ମାମଲାରେ ଫାଇନାଲ ରିପୋର୍ଟ ପୂର୍ବରୁ କ୍ରାଇମବ୍ରାଞ୍ଚରେ ହାଜର ହୋଇ ପକ୍ଷ ରଖିବାକୁ ଦୀପାଳି ଓ ବିଶାଲ ଦାସଙ୍କୁ କୁହାଯାଇଥିଲା ।
ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ ନୋଟିସ ହୋଇଥିଲା । କିଛି ଦିନ ତଳେ ନବଦାସ ହତ୍ୟା ମାମଲାର ତଦନ୍ତ ସିବିଆଇ କରୁ ବୋଲି ଦୀପାଳି ଗଣମାଧ୍ୟମକୁ କହିଥିଲେ । ସିବିଆଇ ତଦନ୍ତ ସଂପର୍କରେ ମଧ୍ୟ ସେ କ୍ରାଇମବ୍ରାଞ୍ଚ ଆଗରେ ମତ ରଖିପାରିବେ ।