Img 20240419 Wa0215

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ବିଶ୍ବ ଐତିହ୍ୟ ଦିବସ ପାଳିତ

State

ବାରିପଦା : ବିଶ୍ଵ ଐତିହ୍ୟର ଗୁରୁତ୍ଵ ଓ ତାର ରକ୍ଷଣାବେକ୍ଷଣ ପାଇଁ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ତା ୧୮/୦୪/୨୦୨୪ ରିଖ ବିଶ୍ଵବିଦ୍ୟାଳୟର ଜନଜାତି ଅଧ୍ୟୟନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ନୃତତ୍ଵ ଓ ଜନଜାତି ବିଭାଗ,ଇତିହାସ ବିଭାଗ ଓ ଝୁମର certificate courseର ସହଯୋଗରେ ଆୟୋଜିତ ଏଇ ସମ୍ମିଳନୀରେ କାନାଡ଼ା ସ୍ଥିତ ଚଳଚିତ୍ର ନିର୍ମାତା ଓ ଅଧ୍ୟାପକ କିଶଳୟ ରାୟ ଓ ଯାମିନୀ ମାକେଶ୍ଵର ବକ୍ତା ଭାବେ ଓ ଇନ୍ ଟାକ ମୟୂରଭଞ୍ଜର ଡ.ତରୁଣ କୁମାର ଓଝା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏ ଅବସରରେ ରାୟଗଡାରେ ସଉରା ଜନଜାତିଙ୍କ ଚିତ୍ରକଳା ପରମ୍ପରା ଉପରେ ଯାମିନୀ ଙ୍କ ନିର୍ମିତ କ୍ଷୁଦ୍ର ବୃତ୍ତଚିତ୍ର “ଇଡି ତାଳ “ପ୍ରଦର୍ଶନ କରା ଯାଇଥିଲା ।
ନୃତତ୍ଵ ଓ ଜନଜାତି ବିଭାଗର ମୁଖ୍ୟ ଡ.ବସନ୍ତ କୁମାର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏ ଆସରରେ ଅତିଥି ଡ.ତରୁଣ କୁମାର ଓଝା ମୟୂରଭଞ୍ଜର ଅତୁଲ୍ୟ ଐତିହ୍ୟ ଉପରେ ଆଲୋକପାତ କରିଥିବା ବେଳେ କିଶଳୟ ରାୟ ବାରିପଦା ଛଉ ଉପରେ ନିର୍ମାଣ କରୁଥିବା ସମୟର ଅଭିଜ୍ଞତା ବର୍ଣନା କରିଥିଲେ ।
ବିଭାଗୀୟ ଅଧ୍ୟାପିକା ଡ.ମନାଲି ଗୋସ୍ଵାମୀ ତାଙ୍କର ବକ୍ତବ୍ୟରେ ସ୍ଥାନୀୟ ଐତିହ୍ୟର ସଂରକ୍ଷଣରେ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ ।
ସମ୍ମିଳନୀରେ ଝୁମର ବିଭାଗର ଅଧ୍ୟାପକ କ୍ଷିରୋଦ ଚଂଦ୍ର ମହାନ୍ତ ଛଉ ଓ ଝୁମରର ମାଟି ମୟୂରଭଞ୍ଜର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ନୃତତ୍ଵ ଓ ଜନଜାତି ବିଭାଗର ଅଧ୍ୟାପକ ଶ୍ରୀ ମନୁ ନାୟକ ଓ ଶ୍ରୀ ସୁଭୋଜିତ ସେନ ତଥା ନୃତତ୍ଵ ଓ ଜନଜାତି ବିଭାଗ, ଇତିହାସ ବିଭାଗର ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିଥିଲେ।
ଶେଷରେ ଅଧ୍ୟାପିକା ପ୍ରିୟଙ୍କା ଦାସ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।