Img 20240419 Wa0263

ଶ୍ରୀ ଶ୍ରୀ ଶିରିଡି ସାଇ ସତସଙ୍ଗ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Religion and Cult

ବାରିପଦା: ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ୧୩ ତମ ଶ୍ରୀ ଶ୍ରୀ ଶିରିଡି ସାଇ ସତସଙ୍ଗ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଆୟୋଜକ କମିଟିର ସଭାପତି ପୁରୁଷୋତ୍ତମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପ ସଭାପତି ତଥା ପୂର୍ବତନ କାଉନସିଲର ଦେବାଶିଷ ଦାସ, ସାଧାରଣ ସମ୍ପାଦକ ବେଣୁଧର ମହାନ୍ତ, ଉପଦେଷ୍ଟା ସତ୍ୟନାରାୟଣ ଜୀ, ସହ ସମ୍ପାଦକ ପଦ୍ମଲୋଚନ ମହାନ୍ତ କୋଷାଧକ୍ଷ ଅବନୀ ଷଢଙ୍ଗୀ ତଥା ମୁଖ୍ୟ ଆୟୋଜକ କୁନା ବେଜ ଓ ମନୋଜ ମହାନ୍ତିଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ I ଆସନ୍ତା ମେ ମାସ ୧୧ ତାରିଖ ଦିନ ସାଇବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଅବସରରେ ସକାଳ ୫ ଟା ୩୦ ମିନିଟରେ କାକଟ ଆରତୀ, ଦିନ ୧୨ ଟା ୩୦ ରେ ମାଧ୍ୟାନ୍ନ ଆରତୀ, ସନ୍ଧ୍ୟା ୬ ଟା ୩୦ ରେ ସନ୍ଧ୍ୟା ଆରତୀ, ୮ ଟା ରୁ ସର୍ବସାଧାରଣଙ୍କ ପାଇଁ ପ୍ରସାଦସେବନ ଏବଂ ରାତି ୧୦ ଟା ୩୦ ରେ ଶେଯ ଆରତୀ କାର୍ଯ୍ୟକ୍ରମ ରହିଛି ବୋଲି ସମ୍ପାଦକ ଶ୍ରୀ ମହାନ୍ତ ଜଣାଇଛନ୍ତି I ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ରହିଛି I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର ମାନଙ୍କୁ ମଧ୍ୟ ସୁଯୋଗ ଦିଆଯିବ ବୋଲି ସ୍ଥିର କରାଯାଇଛି I ଇଛୁକ ଗାୟକ ମାନେ ମେ ୧୦ ତାରିଖ ଦିନ ଭଂଜପୁର ସାଇବାବା କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିପାରିବେ I ବହୁ ସଂଖ୍ୟାରେ ଉପସ୍ଥିତ ରହି ବାବାଙ୍କ ସାନିଗ୍ଧ ଲାଭ କରିବାକୁ କମିଟି ତରଫରୁ ଅନୁରୋଧ କରାଯାଇଛି I