ଆଗରପଡ଼ା :ଓଡ଼ିଆ ପକ୍ଷ ପାଳନ ଅବସରରେ ଆଗରପଡ଼ାରେ ବିଶାଳ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଡ.ହରେକୃଷ୍ଣ ମହତାବଙ୍କ ରାଜପ୍ରାସାଦରୁ ଏହି ଗଣଦୌଡ଼ ଆରମ୍ଭ ହୋଇ କଲେଜଛକସ୍ଥିତ ଡ. ମହତାବଙ୍କ ପ୍ରତିମୂର୍ତ୍ତୀ ନିକଟରେ ଶେଷ ହୋଇଥିଲା । ପରେ ବହୁ ବ୍ୟକ୍ତି ଡ.ମହତାବଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ବିଡିଓ ନିଶିକାନ୍ତ ଖୁଣ୍ଟିଆ,ଆଗରପଡ଼ା ଥାନାଧିକାରୀ ଶ୍ରୀକାନ୍ତ ପତି, କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ଜିଲ୍ଲାପରିଷଦ ସଭ୍ୟା ରୁନିତା ଦାସ,ସରପଂଚ ପ୍ରକାଶ ବିଶ୍ୱାଳ, ସବିତା ରାଣୀ ନାୟକ,ସମିତିସଭ୍ୟା ଜ୍ୟୋତିର୍ମୟୀ ପଣ୍ଡା, ନିର୍ମଳ ନାୟକ, ବିଜେପି ଡ.ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ଗୋପାଳକୃଷ୍ଣ ଦାଶ,ଯୁବନେତା ବସନ୍ତ ପତି, ସପନ ସିଂହ, ଦିପକ ମହାନ୍ତି, ପଦ୍ମଲୋଚନ ନାଥ,ବିଜୟ ଜେନାଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଏବଂ ଛାତ୍ରଛାତ୍ରୀ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ ।
