60d4ad24 F889 47c3 B597 6c77d93ba0e0

ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟ ତରଫରୁ ଔଷଧୀୟ ଚାରା ନର୍ସରୀ ଉଦ୍ଘାଟିତ

State

ସାଲେପୁର :  ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟ, ପିକୋଳ ତରଫରୁ ଔଷଧୀୟ ଚାରା, ଜିଆଖତ ଓ ଗୋନାଇଲ୍ ଉତ୍ପାଦନ କେନ୍ଦ୍ରର ଶୁଭ ଉଦ୍ଘାଟନ ବିଜ୍ଞାନ ପ୍ରଚାର ପ୍ରସାର ସମିତିର ସଭାନେତ୍ରୀ ମେଜର୍ ଡ଼ଃ ମଞ୍ଜୁଶ୍ରୀ ପତିଙ୍କ କରକମଳରେ ଉଦ୍ଘାଟିତ ହୋଇ ଯାଇଅଛି ।

0d388d01 6f93 47b5 B668 49650dc0055e

ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ସୁକାନ୍ତ କିଶୋର ମହାନ୍ତି ଟ୍ରଷ୍ଟ ହାତକୁ ନେଇ ଥିବା ସମାଜ ଉପଯୋଗୀ କାର୍ଯ୍ୟକ୍ରମ ସଂପର୍କରେ ବର୍ଣ୍ଣନା କରିଥିଲେ । ଟ୍ରଷ୍ଟର ଉପଦେଷ୍ଟା ଡ଼ଃ ଉମେଶ ଚନ୍ଦ୍ର ପତି ଚାଷ ପାଇଁ ଜୈବିକ ଖତର ଆବଶ୍ୟକତା ସଂପର୍କରେ ମତ ରଖିଥିଲେ।

4bf7a95f 9f37 47cf 8e72 Ffe2b344523a

ବିଜ୍ଞାନ ପ୍ରଚାର ସମିତିର ଉପସଭାପତି ଶିକ୍ଷାବିତ୍ ବିପିନ୍ ବିହାରୀ କର ଗୋନାଇଲର ଆବଶ୍ୟକତା ଉପରେ ମାର୍ଗ ଦର୍ଶନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସହ ସମ୍ପାଦକ ଦିବାକର ପ୍ରଧାନଙ୍କ ସମେତ ଟ୍ରଷ୍ଟର ଅନ୍ୟାନ୍ୟ ସଭ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଶେଷରେ ସମିତିର ସଂପାଦକ ଶିକ୍ଷାବିତ୍ ମହେଶ କର ଧନ୍ୟବାଦ୍ ଅର୍ପଣ କରିଥିଲେ।