Image 2024 04 14t123103.151

ଚିଲିକା ମଝିରେ ନିଆଁ; ପୋଡ଼ିଗଲା ଏକର ଏକର ନଳ ବଣ

State

ଟାଙ୍ଗୀ: ଚିଲିକା ମଝିରେ ଅଗ୍ନିକାଣ୍ଡ । ନିଆଁ ଲାଗି ପୋଡ଼ିଗଲା ଏକର ଏକର ନଳ ବଣ । ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ପଡ଼ିଛି ବନ୍ୟ ଜନ୍ତୁଙ୍କ ଜୀବନ । ଖବରପାଇ ବାଲୁଗାଁ ବନ୍ୟାପ୍ରାଣୀ ଡିଏଫଓ ଓ ବନ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରୁଛନ୍ତି ।

ତେବେ ଚିଲିକାରେ ଅନେକ ପ୍ରଜାତିର ପକ୍ଷୀ ରହୁଥିବା ବେଳେ ଏବେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । କିପରି ଏଠି ନିଆଁ ଲାଗିଲା ତାହା ଜଣାପଡିନଥିବାବେଳେ, କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଇଛି । ଘଟଣାରେ ଫୁଙ୍ଖାନୁଫୁଙ୍ଖ ତଦନ୍ତ କରାଯାଇ ଦୃଢ କାର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଏଫ୍ଏ ।

ନିଆଁ ଯେପରି ନ ବ୍ୟାପେ ସେଥିପ୍ରତି ନଜର ରଖିଛନ୍ତି ବନ କର୍ମଚାରୀ । ଏହା ସହ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସଚେତନ କରାଯାଇଛି ।