Summer

କାଲିଠୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୫ରୁ ୬ ଡିଗ୍ରୀ ସେଲସିୟସ୍ ବଢ଼ିବା ସମ୍ଭାବନା

State

ଭୁବନେଶ୍ୱର : କାଲି ଠାରୁ କଲବଲ କରି ଗ୍ରୀଷ୍ମଲହରୀ । ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ ଓ ୟନମରେ ଗ୍ରୀଷ୍ମଲହରୀ ପ୍ରବାହ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ସେପଟେ ଜାରି ରହିଛି ତାତିର ପ୍ରକୋପ । ସକାଳୁ ଅସ୍ତବ୍ୟସ୍ତ କରିଛି ଖରାର ପ୍ରକୋପ । କାଲିଠୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ।

୪ ଦିନ ଯାଏ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟସ୍ ବଢ଼ିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ପାର କରିବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲିଠୁ ତିନି ଦିନ ପାଇଁ ପ୍ରଚଣ୍ଡ ହିଟୱେଭ୍ ନେଇ ସତର୍କ ସୂଚନା ଜାରି ହୋଇଛି ।

୧୩ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ରାଜ୍ୟବାସୀଙ୍କୁ କଲବଲ କରିବ ତାତି ଓ ଗୁଳୁଗୁଳି । ଗତକାଲି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ପାରଲାଖେମୁଣ୍ଡି। ସେଠାରେ ଦିନ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ ହୋଇଥିଲା । ୩୭ ଡିଗ୍ରୀ ଉପରେ ରହିଥିଲା ୬ଟି ସହରର ତାତି ।