Onn 3

ବିଧାନସଭା ପରିସରରେ ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

State

 

dsrlew

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜୟନ୍ତୀ । ଏହି ଅବସରରେ ବିଧାନସଭା ପରିସରରେ ଥିବା ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ।

୧୮୬୯ ଆଜିର ଦିନରେ ଗୁଜରାଟ ପୋରବନ୍ଦରେ ଜନ୍ମଗ୍ରହଣ କରିଥିଲେ ଗାନ୍ଧୀ । ବ୍ରିଟିସ ଉପନିବେଶ ଶାସନ ବିରୋଧୀ ଭାରତ ସ୍ବାଧିନତା ସଂଗ୍ରାମର ସେ ମୁଖ୍ୟ ନେତା ଭାବେ ବିବେଚିତ । ଅହିଂସା ଓ ସତ୍ୟାଗ୍ରହକୁ ଗୁରୁତ୍ବାରୋପ କରୁଥିବା ହିନ୍ଦୁ ଓ ଜୈନ ଧମର୍ର ଶିକ୍ଷା ଦ୍ବାରା ଗାନ୍ଧୀ ଖୁବ ପ୍ରଭାବିତ ହୋଇଥିଲା । ଜାତିସଂଘର ସାଧାରଣ ସଭାର ଅନୁମୋଦନ କ୍ରମେ ୨୦୦୭ ମସିହାରୁ ପ୍ରତିବର୍ଷ ଆଜିର ଦିନକୁ ଆନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି ।