Onn 3

ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ, କୋରାପୁଟ ଓ ମାଲକାନଗିରିରେ ବସ ସେବା ପ୍ରଭାବିତ

State

 

bu

ମାଲକାନଗିରି/କୋରାପୁଟ: ରାଜ୍ୟ ସରକାରଙ୍କ ସ୍ଥାୟୀ ଓ ଶସ୍ତା ପରିବହନ ଯୋଜନା ଲକ୍ଷ୍ନୀ (LAccMI)କୁ ବିରୋଧ କରି ଓଡିଶାରେ ବସ୍ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ସୋମବାର ଠାରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି, ନବରଙ୍ଗପୁର, ରାୟଗଡା ବସ୍ ମାଲିକ ସଂଘ ଲକ୍ଷ୍ମୀ ଯୋଜନାକୁ ବିରୋଧ କରୁଛନ୍ତି କାରଣ ସେମାନେ ବିଶ୍ୱାସ କରୁଛନ୍ତି ଯେ ଏହା ସେମାନଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଇବ।

ସେମାନେ କହୁଛନ୍ତି ଯେ ଏହି ଯୋଜନାକୁ ଚଳାଇବା ପାଇଁ ସରକାର ଗୁଜୁରାଟର ଏକ କମ୍ପାନୀଠାରୁ ପୁରୁଣା ଗାଡ଼ି କିଣୁଛନ୍ତି ଯାହା ଘରୋଇ ବସ୍ ମାଲିକମାନଙ୍କୁ ଅଯଥାରେ ବ୍ୟବସାୟରେ ବାଧା ଦେବ। ବସ୍ ମାଲିକ ସଂଘ ଲକ୍ଷ୍ମୀ ଯୋଜନାରେ ସାମିଲ କରିବାକୁ ଦାବି କରୁଛି। ସେମାନେ କହୁଛନ୍ତି ଯେ, ବହୁ ବର୍ଷ ଧରି ଓଡ଼ିଶାବାସୀଙ୍କୁ ଶସ୍ତାରେ ପରିବହନ ସେବା ଯୋଗାଇ ଆସୁଛନ୍ତି, ସେମାନଙ୍କୁ ଏହି ନୂଆ ଯୋଜନାରେ ସାମିଲ ହେବା ପାଇଁ ସୁଯୋଗ ଦିଆଯାଉ।

ବସ୍ ମାଲିକ ସଂଘ ପକ୍ଷରୁ ସକାଳୁ ସକାଳୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। କୌଣସି ଯାନବାହାନକୁ ଜିଲ୍ଲା ଭିତରକୁ କିମ୍ବା ବାହାରକୁ ଯିବାକୁ ଦିଆଯାଉନଥିବା ବେଳେ ବସ୍ ଷ୍ଟାଣ୍ଡରେ ଲମ୍ବା ଲାଇନ୍ ଲାଗିଥିବା ଖବର ରହିଛି।

ସେହିପରି ମାଲକାନଗିରି ବସଷ୍ଟାଣ୍ଡ ଠାରେ ଘରୋଇ ବସ ମାଲିକ ସଂଘ ର କର୍ମକର୍ତ୍ତା ମାନେ ଟିକଟ କାଉଣ୍ଟର ସମ୍ମୁଖରେ ନାରାବାଜି କରିବା ସହ ଘରୋଇ ବସ କୁ ଲକ୍ଷ୍ମୀ ଯୋଜନା ରେ ଶାମିଲ କରିବା କୁ ଦାବୀ କରିଛନ୍ତି। ରାଜ୍ୟ ସରକାର LAccMI ଯୋଜନା ପ୍ରତି ପ୍ରତିଶ୍ରୁତିବଦ୍ଧ ବୋଲି କହିଥିବା ବେଳେ ଏହା କୌଣସି ପ୍ରଭାବ ପକାଇବ ନାହିଁ। ସରକାର ମଧ୍ୟ ବସ୍ ମାଲିକ ସଂଘର ଚିନ୍ତା ବିଷୟରେ ଆଲୋଚନା କରିବାକୁ ଇଚ୍ଛୁକ ବୋଲି କହିଛନ୍ତି।