Image 2024 04 08t102815.912

ଦ୍ୱାରଶୁଣି ଘାଟିରେ ପାହାଡରେ ପିଟିହେଲା ବସ୍, ୨୦ରୁ ଅଧିକ ଶ୍ରମିକ ଆହତ

State

ମୟୂରଭଞ୍ଜ: ଭାରସାମ୍ୟ ହରାଇ ପାହାଡରେ ପିଟି ହେଲା ଯାତ୍ରୀବାହୀ ବସ୍ । ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଘାଟିରେ ।

ତେବେ ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।

ସୂଚନା ମୂତାବକ, ଶ୍ରୀ ବିଷ୍ଣୁ ନାମକ ଏକ ବସ ଶ୍ରମିକମାନଙ୍କୁ ନେଇ ରାଉରକେଲାରୁ ବାହାରି ମୁସିଦାବାଦ ଅଭିମୁଖେ ଯାଉଥିଲା । ବାଙ୍ଗିରିପୋଷି ଘାଟିରେ ବସ୍‌ଟି ରାସ୍ତାକଡ଼ରେ ଥିବା ପାହାଡ ସହ ପିଟି ହୋଇଯାଇଥିଲା । ବସରେ ପ୍ରାୟ ୮୦ ଜଣ ଶ୍ରମିକ ଥିଲେ । ଏଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଖବରପାଇ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।