Pra

ବିଜେଡି ଛାଡିଲେ ବରଗଡ ପୂର୍ବତନ ସାଂସଦ ପ୍ରଭାସ ସିଂ

Politics State

ଭୁବନେଶ୍ଵର: ବିଜେଡି ଛାଡିଲେ ବରଗଡ ପୂର୍ବତନ ସାଂସଦ ପ୍ରଭାସ ସିଂ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଭାସ । ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂ ନବୀନ ନିବାସ ଆସି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ୨୦୧୪ରୁ ୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ ଥିଲେ ପ୍ରଭାସ ସିଂହ । ଏଥର ମଧ୍ୟ ଟିକେଟ ଆଶାୟୀ ଥିଲେ ପ୍ରଭାସ । କିନ୍ତୁ ଦଳ ତାଙ୍କୁ ଟିକେଟ ନଦେଇ ପରିଣୀତା ମିଶ୍ରଙ୍କୁ ଟିକେଟ ଦେଇଥିଲା । ସେଥିରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା ନେଇ ସୂଚନା ମିଳିଛି ।

ଇସ୍ତଫା ଦେବା ପରେ ପ୍ରଭାସ ସିଂହ କହିଛନ୍ତି ଯେ, ଦଳ ଯେତେବେଳେ ମୋତେ ଯାହା ଦାୟିତ୍ୱ ଦେଇଥିଲା ମୁଁ ସୂଚାରୂପେ ତୁଲାଇଥିଲି। ହେଲେ ବର୍ତ୍ତମାନ ଦଳରେ ମୋର କୌଣସି ଆବଶ୍ୟକତା ନଥିବା ଅନୁଭବ କରି ଇସ୍ତଫା ଦେଇଛି । ତେବେ ଆଗାମି ଦିନରେ ସେ କେଉଁ ଦଳରେ ଯୋଗ ଦେବେ ଏବଂ ତାଙ୍କର ପରବର୍ତ୍ତୀ ରଣନୀତି କଣ ରହିବ ସେନେଇ ସମର୍ଥକଙ୍କ ସହ ଆଲୋଚନା କରି ନିଷ୍ପତି ନେବେ ବୋଲି କହିଛନ୍ତି ପ୍ରଭାସ ।