Image 2024 04 08t092842.898

ଛତିଶଗଡ଼ ସୀମାରୁ ୬ ମାଓବାଦୀ ଗିରଫ, ବିପୁଳ ମାଓ ସାମଗ୍ରୀ ଜବତ

Crime State

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ପୋଲିସ ଓ ସିଆରପିଏଫ୍ କୋବ୍ରା ବାହିନୀଙ୍କ ମିଳିତ ଅପରେସନରେ ଓଡ଼ିଶା ଛତିଶଗଡ଼ ସୀମାରୁ ମାଓବାଦୀଙ୍କ କ୍ୟାମ୍ପ ଠାବ ସହ ୬ ଜଣ ମାଓବାଦୀ ଗିରଫ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି ।

ଗିରଫ ୬ ଜଣ ମାଓବାଦୀ ବହୁ ହିଂସାକାଣ୍ଡରେ ଜଡିତ ଥିବା ନେଇ ସେମାନଙ୍କ ନାଁରେ ଅନେକ ମାମଲା ଥିବା ଜଣା ପଡିଛି । ସେମାନଙ୍କ ନିକଟରୁ ୧୯ଟି ବିଜିଏମ୍ ବୋମା ସହ ଜିଲୋଟିନ୍, ଏହା ସହ ଡିଟୋନେଟର ଓ ୟୁବିଜିଏଲ୍ ସେଲ୍ ମଧ୍ୟ ଜବତ ହୋଇଥିବା ସୁକମା ଏସପି ସୂଚନା ଦେଇଛନ୍ତି ।