Img 20240329 Wa0198

୨ୟ ବାର୍ଷିକ ଜେ ବି ପି ଏଲ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

sports

ବାରିପଦା : ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ କୁମାର୍ସ କ୍ଲବ ଓ ଜେ କେ କ୍ଲବର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୨ୟ ବାର୍ଷିକ ଜୁନିୟର ଭଂଜପୁର ପ୍ରିମିୟାର ଲିଗ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ୨ ଦିନ ଧରି ୪ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଭଂଜପୁର କିଙ୍ଗସ ଭଂଜପୁର ଲାୟନ୍ସକୁ ୪ ରନରେ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ଭଂଜପୁର କିଙ୍ଗସ ୮ ଓଭରରେ ୬ ଉଇକେଟ ହରାଇ ୫୦ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଦିବ୍ୟାଂଶୁ ପଣ୍ଡା ସର୍ବାଧିକ ୧୨ ରନ କରିଥିବା ବେଳେ ବିପକ୍ଷ ଦଳର ସୁବ୍ରତ ୨ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଭଂଜପୁର ଲାୟନ୍ସ ୮ ଓଭରରେ ୭ ଉଇକେଟ ହରାଇ ୪୭ ରନ କରିପାରିଥିଲେ I ଦଳ ପକ୍ଷରୁ ରାକେଶ ୨୫ ରନ କରଥିବା ବେଳେ ବିପକ୍ଷ ଦଳର ଦିବ୍ୟାଂଶୁ ପଣ୍ଡା ୨ ଟି ଉଇକେଟ ଅକ୍ତିଆର କରିଥିଲେ I ଜଗତ ବିନ୍ଧାଣି, ଶ୍ୱେତ ଦାସ ଓ ଅଶ୍ୱନୀ ବେହେରା ଖେଳ ପରିଚାଳନା କରିଥିବା ବେଳେ ଅବିନାଶ ରଥ ସ୍କୋରିଂରେ ସହାୟତା କରିଥିଲେ I ବୁବୁନ ବାରିକ ଓ ସୁବ୍ରତ ନାୟକ ଧାରାବିବରଣୀ ପ୍ରଦାନ କରିଥିଲେ I ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଭାବେ ଦିବ୍ୟାଂଶୁ ପଣ୍ଡା ପୁରସ୍କୃତ ହୋଇଥିଲେ I ପ୍ରକାଶ ଥାଉକି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିବା ୪ଟି ଦଳ ଭଂଜପୁର କିଙ୍ଗସ, ଭଂଜପୁର ଲାୟଂଶ, ଭଂଜପୁର ଟାଇଗର୍ସ ଓ ଭଂଜପୁର ପେନ୍ଥାର୍ସକୁ ଯଥାକ୍ରମେ ବି କେ ସୌରଭ, ଦେବବ୍ରତ ବେହେରା, ରାହୁଲ କୁମାର ଦାସ ଓ ସିକନ ଦାସ ଗଠନ କରିଥିଲେ I ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି ଓ ଇ. ଅରୁଣ ସରକାର ପୁରସ୍କାର ବିତରଣ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ସୋମନାଥ ସିଂହ ପୁରସ୍କାର ବିତରଣୀ ଉତ୍ସବ ପରିଚାଳନା କରିଥିଲେ I ସପନ ପଣ୍ଡା, ଧୀରେନ୍ଦ୍ର ନାୟକ, ପ୍ରିୟବ୍ରତ ଦାସ, ବିଶ୍ୱରଂଜନ ଦାସ, ବିଶ୍ୱମ୍ବର ସିଂହ, ରୋହିତ ବେହେରା, ଆଦିତ୍ୟ ପ୍ରତାପ ବେହେରା, ଅବିନାଶ କର, ସାମନ୍ତ ଶେଖର ପାଲ, ପ୍ରିତମ ପଣ୍ଡା, କିଶୋର ପଲେଇ ଓ ସଂଜୀବ କୁମାର ମହାପାତ୍ର ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ I