Onn 3

ସ୍ବର୍ଣ୍ଣ ପଦକ ହାସଲ କରିଥିବା ୩ ରଗବୀ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

sports State

ବାରିପଦା: ଗୋଆ ଠାରେ ଅନୁଷ୍ଠିତ ୩୭ ତମ ଜାତୀୟ ରଗବୀ ପ୍ରତିଯୋଗିତାରେ ଓଡିଶା ମହିଳା ଦଳ ଚମ୍ପିୟାନ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଛି I ୧୨ ଜଣିଆ ଓଡିଶା ଦଳରେ ମୟୁରଭଞ୍ଜର ସନ୍ଧ୍ୟାରାଣୀ ଟୁଡୁ, ପାର୍ବତୀ ହାଁସଦା, ସୁନୀତା ହାଁସଦା, ଆରତୀ ମୁର୍ମୁ ଓ ଡୁମୁନୀ ମାର୍ଣ୍ଡି ୫ ଜଣ ଝିଅ ସ୍ଥାନ ପାଇଥିଲେ I ଏହି କୃତିତ୍ୱ ପାଇଁ ରାଜ୍ୟ ସରକାର ପ୍ରତି ଖେଳାଳିଙ୍କୁ ୫ ଲକ୍ଷ ଟଙ୍କାର ପ୍ରତ୍ସାହନ ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି I ମୟୁରଭଞ୍ଜ ଜିଲ୍ଲାର ୫ ଜଣଙ୍କ ମଧ୍ୟରୁ ବାରିପଦାକୁ ପ୍ରତ୍ୟାବର୍ତ୍ତନ କରିଥିବା ସନ୍ଧ୍ୟାରାଣୀ, ପାର୍ବତୀ ଓ ସୁନୀତା ୩ ଜଣଙ୍କୁ ଆଜି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସମ୍ବର୍ଦ୍ଧିତ କରିବା ସହ ସମସ୍ତଙ୍କୁ କିଟ ପ୍ରଦାନ କରାଯିବ ବୋଲି କହିଛନ୍ତି I

ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମ୍ବିକା ରାଉତ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ଫିଉଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ I