Onn 3

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ -2023 ଉପଲକ୍ଷେ ଶପଥ ପାଠ ଉତ୍ସବ ଅନୁଷ୍ଠିତ

State

ବାରିପଦା: ସାରା ରାଜ୍ୟରେ ଚଳିତ ୩୦ ଅକ୍ଟୋବର ୨୦୨୩ ରୁ ଆଗାମୀ ୫ ନଭେମ୍ବର ୨0୨୩ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଥିବା ବେଳେ ଉକ୍ତ ସପ୍ତାହ ପାଳନ ର ପ୍ରଥମ ଦିବସ ରେ ଆଜି ଦିବା ୧୧:୦୦ ଘଟିକା ସମୟରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲୋକ ସେବା ଭବନ ଭୁବନେଶ୍ୱର ରୁ ଆଭାସୀ ଜରିଆରେ ଦୁର୍ନୀତି ନିବାରଣ ସଚେତନତା ସମ୍ଭନ୍ଧ ରେ ସାଧୁତାର ଶପଥ ପାଠ କରାଇଥିଲେ |

ଏହି ଅବସରରେ ବାରିପଦା ଠାରେ ଜିଲ୍ଲା ପ୍ରଶାସନ ତତ୍ୱାବଧାନ ରେ ଓସ୍ୱାନ ହଲ ଠାରେ ଜିଲ୍ଲାପାଳ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଶପଥ ପାଠ କରିଥିଲେ | ଉକ୍ତ ଶପଥ ପାଠ ଉତ୍ସବ ରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବି ଗଙ୍ଗାଧର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ରଜନୀ କାନ୍ତ ସ୍ୱାଇଁ, ବାରିପଦା ଦୁର୍ନୀତି ନିବାରଣ ୟୁନିଟ ର ଇନ୍ସ୍ପେକଟର ଶ୍ରୀ ବିକାଶ କୁମାର ସ୍ୱାଇଁ, ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର କହଁର, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରାସାଦ ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନାପୂର୍ଣ୍ଣା ସିଙ୍କୁ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ ରେ ଅଂଶ ଗ୍ରହଣ କରିଥିଲେ | ଉକ୍ତ ଶପଥ ପାଠ ଉତ୍ସବ କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା | ଜିଲ୍ଲା ର ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ସମ୍ପୃକ୍ତ ଅଧିକାରୀ ମାନେ ସେମାନଙ୍କ କର୍ମଚାରୀ ମାନଙ୍କୁ ଏହି ଶପଥ ପାଠ କରାଇଥିଲେ |