Onn 3

ନାଟକ କପଟ ପଶାର ପୁସ୍ତକ ଉନ୍ମୋଚିତ

State

ବାରିପଦା: ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟ ପରିସରରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦ ଆନୁକୂଲ୍ୟରେ ମଞ୍ଚସ୍ଥ ହେବାକୁ ଥିବା ନାଟକ କପଟ ପଶାର ବହି ପୂଜା ଗତକାଲି ସନ୍ଧ୍ୟାରେ ହୋଇଯାଇଛି ଓ ତା ପୂର୍ବରୁ ଅନୁଷ୍ଠାନର କର୍ମକର୍ତ୍ତା ଓ ନାଟକରେ ଅଭିନୟ କରୁଥିବା ଅଭିନେତା ଏକତ୍ରିତ ହୋଇ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ଆତ୍ମାର ସଦଗତି ପାଇଁ କ୍ୟାଣ୍ଡେଲ ଜାଳି ନୀରବ ପ୍ରାର୍ଥନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ |

ଅନୁଷ୍ଠାନର ସମ୍ପାଦିକା ସୁଚରିତା ମହାନ୍ତି, ଉପସଭାପତି ଡ଼ଃ କୁମରମଣି ନାୟକ ଓ ଡ଼ଃ ଶଶୀଧର ବିଶ୍ୱାଳ, ଉପଦେଷ୍ଟା ସୋମନାଥ ସିଂହ ଓ ଡ଼ଃନିରୋଜ କୁମାର ପୋଥାଳ, ବିଶିଷ୍ଟ ନାଟ୍ୟକାର ତଥା ଅଭିନେତା କ୍ଷୀରୋଦ କୁମାର ସିଟ ତଥା ଯୁଗ୍ମ ସମ୍ପାଦକ ଭାସ୍କର ବାରିକ ସମେତ ଦର୍ଶନ ଭଞ୍ଜଦେଓ, ରାଜେଶ ଦାଶ, ନିକିତା ମହାନ୍ତି, ରଶ୍ମୀପ୍ରଭା ମହାନ୍ତ, ପ୍ରିୟା ରାଉତ, ମୌମିତା ନାୟକ, ରଣଜିତ ସାହୁ, ଜ୍ଞାନ ରଞ୍ଜନ ପଣ୍ଡା, କୁନ୍ଦନ ଭଞ୍ଜ, ଭଗବତୀ ଦାଶ, ପାର୍ଥ ସାରଥୀ ମହାନ୍ତି, ପ୍ରସନ୍ନ କୁମାର ମହାନ୍ତି, ନିରଞ୍ଜନ ନାୟକ, ଗୁହିରାମ ଜେନା ଓ ଅଚ୍ୟୁତ ପ୍ରସାଦ ମହାପାତ୍ର ପ୍ରମୁଖ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ ଓ ପ୍ରକାଶ ଥାଉକି ଜୁଲାଇ ମାସ ୩୦ ତାରିଖ ଦିନ ନାଟକଟି ମଞ୍ଚସ୍ଥ ହେବ ବୋଲି ସମ୍ପାଦିକା ଶ୍ରୀମତୀ ମହାନ୍ତି ଜଣାଇଛନ୍ତି |