Img 20240329 Wa0200

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ଦିନରେ ଜ୍ଞାନଦୀପ ବସାଙ୍କ ହ୍ୟାଟ୍ରିକ

sports

ବାରିପଦା:  ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ଦିନର ମ୍ୟାଚରେ ଟିମ – ଇ ଟିମ – ଡି କୁ ୬୨ ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଟିମ – ଇ ୨୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୮୯ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଅଙ୍କିତ ଅମନ ଦାଶ ୯୭ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ମହେନ୍ଦ୍ର କୁମାର ଦେ ଓ ଡି ଜଗନ ରେଡି ୩ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟିମ – ଡି ୨୪.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୨୭ ରନ ସଂଗ୍ରହ କରିପାରିଥିଲେ I ଦଳ ପାଖରୁ କେଶବ ଖଣ୍ଡେଲୱାଲ ୪୦ ରନ କରିଥିବା ବେଳେ ବିପକ୍ଷ ଦଳର ଜ୍ଞାନଦୀପ ବସା ହ୍ୟାଟ୍ରିକ ଉଇକେଟ ଅକ୍ତିଆର କରିଥିଲେ i ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହ ସମ୍ପାଦକ ଅଶୋକ ପଟ୍ଟନାୟକ, ବରିଷ୍ଠ କ୍ରୀଡ଼ାବିତ ବିଜୟ କୁମାର ଦାସ (ମଣ୍ଟୁ ଦା), କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I