Onn 3

ସମିତିସଭ୍ୟାଙ୍କ ସ୍ମୃତିଚାରଣ ସଭା

State

ଆଗରପଡ଼ା :ଆଗରପଡ଼ା ୧୪ନଂ ଜୋନ ଅନ୍ତର୍ଗତ ଆଡ଼ିଆ ପଂଚାୟତ ସମିତିସଭ୍ୟା ତଥା ଉକ୍ତ ପଂଚାୟତ ଅନ୍ତର୍ଗତ କୁଆଁର୍ଦା ଗ୍ରାମର ନାରାୟଣ ଚନ୍ଦ୍ର ଭୂୟାଁଙ୍କ ସ୍ତ୍ରୀ ସ୍ୱର୍ଗତ ପ୍ରମିଳାଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ ସାହିତ୍ୟିକ କିର୍ତ୍ତନ ବିହାରି ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ ନାରିନେତ୍ରୀ ସୁଜାତା ଜେନା, ହରିହର ପାଣିଗ୍ରାହୀ, ପ୍ରଣୟ ସିଂହ, ଚର୍ତ୍ତୁଭୂଜ ପହି, ରବିନାରାୟଣ ମହାପାତ୍ର, କୁଂଜ ବିହାରୀ ବିଶ୍ୱାଳ, ବାବାଜୀ ଚରଶ ଆଇଚ, ଜଗନ୍ନାଥ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ପରିବାର ବର୍ଗଙ୍କ ସମେତ ଆତ୍ମିୟ ସ୍ୱଜନମାନେ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ବ୍ରହ୍ମାନନ୍ଦ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।