Sai Sakti Cakhu Chikisalaya Udghatita

ସାଇଶକ୍ତି ଚକ୍ଷୁ ଚିକିତ୍ସାଳୟ ର ଶୁଭ ଉଦ୍‌ଘାଟନ

State

ନିଶ୍ଚିନ୍ତକୋଇଲି : କଟକ ଚାନ୍ଦବାଲି ରାସ୍ତାପାଶ୍ୱର୍ କେନ୍ଦୁପାଟଣା ଛକ ନିକଟ ପାଟପୁର ହନୁମାନ ମନ୍ଦିର ପାଖରେ ଏକ ସ୍ୱତନ୍ତ୍ର ଚକ୍ଷୁ ଚିକିତ୍ସା ଯୋଗାଇଦେବା ପାଇଁ ସାଇଶକ୍ତି ଚକ୍ଷୁ ଚିକିତ୍ସାଳୟର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଚିକିତ୍ସାଳୟରେ ଏସସିବି ଚକ୍ଷୁ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ାକ୍ତର ଇନ୍ଦ୍ରାଣୀ ରଥଙ୍କ ତତ୍ତ୍ୱାବଧାନରେ ବହୁ ସୁନାମଧନ୍ୟ ଚକ୍ଷୁ ଚିକିତ୍ସକ ମାନେ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ଫାର୍ମାଶିଷ୍ଟ ଅମୀୟ କୁମାର ମହାନ୍ତିଙ୍କ ସଂଯୋଜନାରେ ଉକ୍ତ ଚିକିତ୍ସାଳୟ କୁ ମୁଖ୍ୟ ଚିକିତ୍ସା ଅଧିକାରୀ ଅମିତ୍ କୁମାର ଜେନା ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ଚକ୍ଷୁରୋଗ ବିଶେଷଜ୍ଞ ଡ଼ା.ବିଷ୍ଣୁପ୍ରସାଦ ସର,ଡ଼ା. ସସ୍ମିତା ବେହୁରା,ମହେଶ୍ୱର ଦାସ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ସବିତା ଓଝା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇଥିଲେ । ଏହି ଚିକିତ୍ସାଳୟରେ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ଅସ୍ତ୍ରପ୍ରଚାର ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଚକ୍ଷୁରୋଗ ଚିକିତ୍ସା କରାଯିବା ପାଇଁ ବ୍ୟବସ୍ଥା ହୋଇଛି ।