Vinakhema Sibira

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ : ୫୪୧ ଅକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

State

ନିଶ୍ଚିନ୍ତକୋଇଲି :ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସମଗ୍ର ଶିକ୍ଷା କଟକ ଙ୍କ ସହାୟତାରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଆନୁକୂଲ୍ୟରେ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ନେମାଳ ପଡ଼ିଆ ଠାରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ କୁମାର ପାତ୍ର ଙ୍କ ସଂଯୋଜନାରେ ଏହି ଶିବିରକୁ ବିଡ଼ିଓ ଧର୍ମରଂଜନ ପଣ୍ଡା ଉଦଘାଟନ କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ,ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ଜିଲ୍ଲାପରିଷଦ ସଭ୍ୟ ଇଂ.ବିଳାସ ଭୋଇ ଙ୍କ ସମେତ ବହୁ ସରପଞ୍ଚ ଓ ନେତୃମଣ୍ଡଳୀ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରାନନ୍ଦ ବେଉରାଙ୍କ ନିର୍ଦ୍ଦେଶ କ୍ରମେ କଟକ ବଡ଼ ମେଡ଼ିକାଲର ବିଭିନ୍ନ ବିଭାଗର ୮ଜଣ ଡ଼ାକ୍ତରଙ୍କ ଦ୍ୱାରା ମୋଟ ୫୪୧ ଅକ୍ଷମ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରାଯାଇଛି ।

ଏଥ୍‌ôରେ ଅସ୍ଥିଶଲ୍ୟ ବିଭାଗରେ ୨୪୦ଜଣ, ମାନସିକ ଅନଗ୍ରସର ବିଭାଗରେ ୧୦୯ଜଣ,ଶ୍ରବଣ ବାଧକ ବିଭାଗରେ ୮୫ଜଣ,ଦୃଶ୍ୟ ବାଧକ ବିଭାଗରେ ୭୧ଜଣ,ସ୍ନାୟୁ ବିଭାଗରେ ୩୬ଜଣଙ୍କୁ ପରୀକ୍ଷା ନିରୀକ୍ଷା କରାଯାଇଥିଲେ ମଧ୍ୟ କାହାରିକୁ ତତ୍‌କାଳ ପ୍ରମାଣପତ୍ର ଦିଆଯାଇନାହିଁ । ନିୟମାନୁସାରେ ଆବେଦନ କରିଥିବା ଏକ ଜଣକୁ ଆୟଗତ ପ୍ରମାଣପତ୍ର,୫ଜଣଙ୍କୁ ରିହାତି ଋଣ ପ୍ରଦାନ ପାଇଁ ଆବେଦନ ପତ୍ର , ୨୩ଜଣଙ୍କୁ ବସପାସ୍ ପ୍ରଦାନ କରାଯାଇଥିବା ବେଳେ ୩୨ଜଣ ଭିନ୍ନକ୍ଷମଙ୍କୁ କୌଶଳ ବିକାଶ କାର୍ଯ୍ୟକ୍ରମରେ ତାଲିମ ପାଇଁ ପୂରଣ କରାଯାଇ ରଖାଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସରୋଜକାନ୍ତ ସାହୁ ଶିବିର ପରିଦର୍ଶନ କରି ଚଦାରଖ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜିକା ଇତିଶ୍ରୀ ରାଉତଙ୍କ ତତ୍ତ୍ୱାବଧାନରେ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ଅଙ୍ଗନୱାଡ଼ି କର୍ମୀ ଓ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।