ସମ୍ବଲପୁୁର: ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ବିଜେପିରୁ ଇସ୍ତଫା ଦେଇଛନ୍ତି। ଚଳିତଥର ତାଙ୍କ ଆସନରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ନିକଟରେ ତାଙ୍କ ପତ୍ନୀ ଓ ପୁଅ ବିଜେଡିରେ ଯୋଗଦେଇଥିଲେ। ଏହାପରେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି।
ସମ୍ବଲପୁର ସାଂସଦ ନିତେଶ ଗଙ୍ଗ ଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ବିଜେଡିରେ ସାମିଲ ହେବା ପରେ ତାଙ୍କୁ ଦେବଗଡର ବିଧାୟକ ପ୍ରାର୍ଥୀ କରିଛି ବିଜେଡି । ଯେଉଁ ଆସନରୁ ଏବେର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ଇସ୍ତଫା ବାବଦରେ ଫେସବୁକରେ ସୂଚନା ଦେବା ସହ ଅରୁନ୍ଧତୀ ଦେବୀଙ୍କୁ ସହଯୋଗ କରିବା ପାଇଁ ଅପିଲ୍ କରିଛନ୍ତି ସାଂସଦ ନୀତେଶ ଗଙ୍ଗଦେବ।