Onn 3

ସାଂସଦଙ୍କ ଟାର୍ଗେଟରେ ୫ଟି ସଚିବ

Crime State

ଭୁବନେଶ୍ୱର: ପୁଣି 5T ସଚିବଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ । ସଚିବଙ୍କ ନାଁ ନ ନେଇ ପୁଣି ଟାର୍ଗେଟ କଲେ ସାସଂଦ । ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ ଉତ୍ତର ଦେଇ କହିଛନ୍ତି, ଯଦି ହୁଳହୁଳି, ଚନ୍ଦନ ଏବଂ ଜିନ୍ଦାବାଦ ଦରକାର ତେବେ ଚାକିରି ଛାଡି ମୈଦାନକୁ ଆସିବା ପାଇଁ 5T ସଚିବଙ୍କୁ ଆହ୍ୱାନ ଦେଇଛନ୍ତି ସାଂସଦ ।

ଏହା ପୂର୍ବରୁ ସାଂସଦ ଏକ ପ୍ରେସ ମିଟ କରି ନା ନ ନେଇ ୫ଟି ସଚିବଙ୍କ କାମକୁ ବିରୋଧ କରିଥିଲେ ।    ୫ଟି ସଚିବ ଓ ତାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ । ଖୋଲା ଚାଲେଞ୍ଜ ବି ଦେଇଥିଲେ  । କହିଥିଲେ, ‘ଦମ ଅଛି ତ, ଚାକିରି ଛାଡି ମଇଦାନକୁ ଆସ ।  ‘ସରକାରୀ ଚାକିରି କରିବ, ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ?’

ଶନିବାର ବି ସମାନ କଥା ଦୋହରାଇଛନ୍ତି ସାଂସଦ । ୫ଟି ସଚିବଙ୍କର ନାଁ ନ ନେଇ ସାଂସଦ ଷଡଙ୍ଗୀ କହିଛନ୍ତି, ଯଦି ରାଜନୀତି କରିବାର ଇଚ୍ଛା ତେବେ ମାସିକ ୨ ଲକ୍ଷ ଟଙ୍କାର ଲୋଭ ଛାଡିବାକୁ ପଡିବ । ୨ ଲକ୍ଷ ଟଙ୍କାର ଲାଭ ଛାଡ । ପାଉଥିବା ସମସ୍ତ ସରକାରୀ ସୁବିଧା ଛାଡି ମୈଦାନକୁ ଆସ ବୋଲି କହିଛନ୍ତି ସାଂସଦ ।

ସାଂସଦ କହିଛନ୍ତି, ଗତକାଲି ବିଜୁ ଜନତା ଦଳର ଷ୍ଟେଟ ଏକଜିକ୍ୟୁଟିଭ ମିଟିଂ ଥିଲା । ହେଲେ ସେହି ମିଟିଂରେ ଭିଡିଓ କନଫରେନ୍ସିରେ ବୈଠକକୁ ସମ୍ବୋଧିତ କରିଥିଲେ ୫ଟି ସଚିବ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାସଂଦ । ଜଣେ ସରକାରୀ କର୍ମଚାରୀ ବିଜୁ ଜନତା ଦଳର ନିର୍ବାଚିତ ନେତା, ମନ୍ତ୍ରୀ, ସଦସ୍ୟଙ୍କୁ ସମ୍ବୋଧିତ କରିବାର କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ।

ସାସଂଦ ଅପରାଜିତା ୫ଟି ସଚିବଙ୍କୁ ସିଧାସଳଖ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି, ସେ ପାଠ ପଢି ଆଇଏଏସ ହୋଇଛନ୍ତି । ତେବେ ସେ କ’ଣ ଏକଥା ଜାଣି ନାହାନ୍ତି ? ଯଦି ତାଙ୍କର ହୁଳହୁଳି ଚନ୍ଦନ, ଜିନ୍ଦାବାଦ ଦରକାର ତେବେ ଚାକିରି ଛାଡି, ଅଢେଇ ଲକ୍ଷ ଟଙ୍କାର ଲୋଭ ଛାଡି ମୈଦାନକୁ ଆସନ୍ତୁ ବୋଲି କହିଛନ୍ତି ସାଂସଦ ।

ତେବେ ଏଠି ସାଧାରଣରେ ଏକ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ସାଂସଦ ବାରମ୍ବାର ୫ଟି ସଚିବଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି । ହେଲେ କୌଣସି ଥର ସଚିବଙ୍କ ନାଁ ବା ତାଙ୍କ ପଦବୀର ନାଁ  ନେଉଁ ନାହାନ୍ତି ? ହେଲେ କାହିଁକି ? ଜଣେ ସରକାରୀ ସଚିବ କହି ତାଙ୍କୁ କଡା ସମାଲୋଚନା କରୁଛନ୍ତି । ଅବଶ୍ୟ ନାଁ ନ ନେଲେ ବି ଓଡ଼ିଶାର ଜନତା..ନେତା ସମସ୍ତେ ବୁଝି ପାରୁଛନ୍ତି । ତେବେ ଏପରି ନାଁ ନ ଧରିବା ପଛର ରହସ୍ୟ କ’ଣ ?  5ଟି ସଚିବ ପ୍ରସଙ୍ଗକୁ ବିରୋଧୀ ଏବେ ଇସ୍ୟୁ କରିଛନ୍ତି । ସମସ୍ତେ ନାଁ ନେଇ ପାଣ୍ଡିଆନଙ୍କ ଉପରେ ବର୍ଷୁଛନ୍ତି । ହେଲେ ସାଂସଦଙ୍କର ଏପରି  ନାଁ ନ ନେବା ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।