ବାରିପଦା ୮/୧୦ : ପ୍ରତିଷ୍ଠିତ ସାମ୍ବାଦିକ ଙ୍କ ନାମରେ ସରକାରୀ କାର୍ଯ୍ୟାଳୟ ରୁ ଚାନ୍ଦା ଆଦାୟ କରୁଥିବା ମହଙ୍ଗା ପଡ଼ିଛି। ଚାନ୍ଦା ଆଦାୟ କରୁଥିବା ଦଲାଲ୍ ସାମ୍ବାଦିକ ଙ୍କ ନାମରେ ବାରିପଦା ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ସୂଚନାରୁ ପ୍ରକାଶ ଯେ, ବହୁଳ ପ୍ରସାରିତ ପ୍ରତିଷ୍ଠିତ ସମ୍ବାଦପତ୍ର ପ୍ରମେୟ ର ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀଙ୍କ ନାମ ଏବଂ ପ୍ରମେୟର ଲୋକପ୍ରିୟତା କୁ ବ୍ୟବହାର କରି ଜନୈକ ସାମ୍ବାଦିକ ଆର୍ ଡି ବିଭାଗ ରୁ ଚାନ୍ଦା ଉଠାଉ ଥିବା ନେଇ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ। ଅକ୍ଟୋବର ୭ ତାରିଖରେ ୩୫ ଜଣ ସାମ୍ବାଦିକ ଙ୍କ ନାମ ତାଲିକା ନେଇ ଦୁର୍ଗାପୂଜା ଚାନ୍ଦା ସଂଗ୍ରହ କରିବାକୁ ସାମ୍ବାଦିକ ଜଣକ ଗ୍ରାମ୍ୟ ନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ୪ ବର୍ଷ ଧରି ପ୍ରମେୟ ଏବଂ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ଙ୍କ ନାମରେ ଚାନ୍ଦା ଆଦାୟ ହେଉଥିବା ନେଇ ବଳିଷ୍ଠ ପ୍ରମାଣ ମିଳିବା ପରେ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ଥାନାରେ ଅଭିଯୋଗ କରିଛନ୍ତି। ଜଣେ ନୀତି ନିଷ୍ଠ, ସଚ୍ଚୋଟ ସାମ୍ବାଦିକ ହିସାବରେ ତାଙ୍କର ସୁଖ୍ୟାତି ଏବଂ ସମ୍ମାନ ହାନି ଏବଂ ପ୍ରମେୟକୁ ବଦନାମ ହୋଇଥିବା ଅଭିଯୋଗ ନେଇ ଥାନାରେ ଅଭିଯୋଗ ହୋଇଛି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଦୁର୍ନୀତି ଖୋର୍ ଅଧିକାରୀ ମାନଙ୍କୁ ପ୍ରତିଷ୍ଠିତ ଖବର କାଗଜ ଓ ନିର୍ଭୀକ ସାମ୍ବାଦିକଙ୍କ ନାମ ରେ ଧମକ ଚମକ୍ ଦେଇ ଚାନ୍ଦା ଆଦାୟ କରୁଥିବା ଏହି ସାମ୍ବାଦିକ ଜଣକ ସମ୍ବାଦ କଳିକାର ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟର ସୁଖ୍ୟାତି କୁ ବ୍ୟବହାର କରି ଚାନ୍ଦା ଉଠାଉଥିବା ଦଲାଲ୍ ସାମ୍ବାଦିକ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇ ପଡ଼ିଛି ଲିଖିତ ଅଭିଯୋଗ ହୋଇଛି।