Img 20240804 Wa0246

ବାରିପଦା କଳାକାର ପରିବାର ତରଫରୁ ସମାଜ ପତିଙ୍କ ବିୟୋଗରେ ଶୋକସଭା

State

ବାରିପଦା : ବାରିପଦା କଳାକାର ପରିବାର ତରଫରୁ ସୁନାମଧନ୍ୟ କଳାକାର ସମାଜ ପତିଙ୍କ ଅକାଳ ବିୟୋଗରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରିବା ସହ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି I ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶୋକ ସଭାରେ ଚିନ୍ମୟ ଦାସ ପଟ୍ଟନାୟକ, ଅନୁପ ସାହା, ସନ୍ତୋଷ ମହାନ୍ତି,ଫାଲ୍ଗୁନୀ ମହାନ୍ତି, ପ୍ରକାଶ ଚନ୍ଦ୍ର ଦାଶ, କ୍ଷୀରୋଦ ବେହାରୀ ସିଟ, ଅନ୍ନଦା ଶଙ୍କର ଦାଶ, ରଞ୍ଜିତ କୁମାର ସାହୁ, ପ୍ରସନ୍ନ କୁମାର ମହାନ୍ତି, କୁନ୍ଦନ ଲାଲ ଭଞ୍ଜଦେଓ, ଜଗଦୀଶ ଚନ୍ଦ୍ର ଦାସ, ସୋମନାଥ ସିଂହ, ଜ୍ଞାନରଞ୍ଜନ ପଣ୍ଡା, ଗୋକୁଳ ଚନ୍ଦ୍ର ଦାସ ପ୍ରମୁଖ କଳାକାର ଉପସ୍ଥିତ ରହି ସମାଜ ପତିଙ୍କ କଳାକାର ଜୀବନ ଉପରେ ଆଲୋକପାତ କରିଥିଲେ I ପ୍ରତ୍ୟେକଙ୍କ ସହିତ ତାଙ୍କର କଳାକାର ଜୀବନ କାହାଣୀ ସମସ୍ତେ ବଖାଣିଥିଲେ I ନିଜ ଜୀବନରେ ସେ ଅନେକ ନାଟକରେ ଅତି ଉଚ୍ଚମାନର ଅଭିନୟ କରିବା ସହ ଦୂରଦର୍ଶନ ଓ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ଅଭିନୟ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରଖି ଯାଇଛି I ଜଣେ ଅଭିନେତା ସହ ସେ ଜଣେ ଭଲ ମଣିଷ ଥିଲେ ବୋଲି ସମସ୍ତେ ପ୍ରକାଶ କରିଥିଲେ I ପ୍ରତି ବର୍ଷ ତାଙ୍କ ସ୍ମୃତିରେ ଚିନ୍ମୟ ଦାସ ପଟ୍ଟନାୟକ ଜଣେ ଶ୍ରେଷ୍ଠ କଳାକାରକୁ ” ସମାଜ ପତି ସ୍ମୃତି ସମ୍ମାନ” ରେ ସମ୍ମାନିତ କରିବେ ବୋଲି ପ୍ରସ୍ତାବ ଦେଇଥିଲେ I