Img 20240804 Wa0244

ପୋଲିସ ପବ୍ଲିକ୍‌ ପ୍ରେସ ଆନୁକୁଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

State

ବାରିପଦା: ପୋଲିସ ପବ୍ଲିକ୍‌ ପ୍ରେସ ଓ ପି ପି ପି ଟ୍ରଷ୍ଟ ଆନୁକୁଲ୍ୟରେ ବାରିପଦା ବଡ ବଜାର ସ୍ଥିତ “ଓମ୍ ସାଇ ମେଡ଼ିକାଲ ହଲ” ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ସ୍ବର୍ଗତ ସୁବାଷ ଚନ୍ଦ୍ର ମହାନ୍ତିଙ୍କ ଧର୍ମପତ୍ନି ସନ୍ଧ୍ୟାରାଣୀ ରାଉତ ମୁଖ୍ୟ ଅତିଥି ଭାବେ ଓ ସମ୍ମାନନୀୟ ଅତିଥି ଭାବରେ ଓଡ଼ିଶା ରକ୍ତକେନ୍ଦ୍ରର ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଂଜନ ନାୟକ , ମେଡିକାଲ ଅଫିସର ଡଃ ନିଲେସ ଦାସ, ଅନୁଷ୍ଠାନର ଚେୟାରମେନ ଶରତ ଚନ୍ଦ୍ର ନାୟକ, ଡଃ ନିରୋଜ କୁମାର ପୋଥାଳ, ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ସଭାପତି ଡଃ ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରେ 12 ଜଣ ମହିଳାଙ୍କ ସମେତ ମୋଟ 62 ଜଣ ରକ୍ତଦାନ କରିଥିଲେ I

ଏହି ରକ୍ତଦାନ ଶିବିରରେ ବିଶେଷ ଭାବରେ ଡିଭାଇନ୍ ଇଞ୍ଜିନୀୟରିଂ କଲେଜ, ସରକାରୀ ପୋଲିଟେକ୍ନି କଲେଜ, ବାରିପଦା କଲେଜ, ସି ଏସ ସି ଟିମ, ଏମ ସି ଏ ଏମ କଲେଜର ଛାତ୍ରଛାତ୍ରୀ ମାନେ ରକ୍ତଦାନ କରିଥିଲେ I ଏହି ରକ୍ତଦାନ ଶିବିରରେ ମୁଖ୍ୟତଃ ସୋମନାଥ ସିଂହ, ଅସୀମ ଚକ୍ରବର୍ତ୍ତୀ, ସଞ୍ଜୀବ ସାହୁ, କଳିଙ୍ଗ କେଶରୀ ଜେନା, ଶିବ ଶଙ୍କର ଦାସ ଖଗେଶ୍ବର ସିଂ, ଚନ୍ଦନ କୁମାର ଦାଶ, ଉମାକାନ୍ତ ରାଉତ, ବିମଳ ଲୋଚନ ପାଣିଗ୍ରାହୀ, ବସନ୍ତ କୁମାର ମହାପାତ୍ର, ନିର୍ମଳ କୁମାର ଗିରି, ଭବାନୀ ଶଙ୍କର ମହାନ୍ତି, ସୁମିତାଚୌବେ, ସସ୍ମିତା ମହାନ୍ତି, ସବିତା ବେହେରା, ଜଳପନା ଘୋଷ, ଭଗ୍ୟଶ୍ରୀ ଜେନା, ଜୟସ୍ମୀତା ମହାନ୍ତି, ବିଛିନି ବିନ୍ଧାଣି, ରେବତୀ ନାୟକ, ଅମୃତାରେଖା ରାୟ, ସୁନୀତା ଗିରି, ଭାରତୀ ପଲେଇ, ବବିତା ପଲେଇ, ବିଷ୍ଣୁପ୍ରିୟା ଦାସ, ଜୟନ୍ତୀ ରାଉତ, ବନ୍ଦନା ବେହେରା, କନିକା ଦେ, ଜୟନ୍ତୀ ସିଂ , ଲବଙ୍ଗଲତା ମହାନ୍ତ, ସୁପ୍ରଭା ଦାଶ, ବିକାଶ ଦାସ, ଅଟଳ ନାଏକ, ପ୍ରମୋଦ ଦାସ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ସଂଗଠନର ପ୍ରତିଷ୍ଠାତା ଡଃ ଅକ୍ଷୟ କୁମାର ମହାନ୍ତିଙ୍କ ସମେତ ଉପସ୍ଥିତ ଅତିଥି ମାନେ ରକ୍ତଦାତା ମାନଙ୍କୁ ପୁଷ୍ପଗୁଛ ସହିତ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ I