Img 20240222 Wa0261

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ୧୧୨ ତମ ପୂଣ୍ୟତିଥି ପାଳିତ

State

ବାରିପଦା  : ନାବୋତ୍କଳର ନବ ନିର୍ମାତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ତଥା ମୟୂରଭଞ୍ଜର ପ୍ରାତଃ ସ୍ମରଣୀୟ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଙ୍କ ୧୧୨ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାର ସ୍ୱାଭିମାନ ଏବଂ ସମ୍ମାନ କୁ ବଜାୟ ରଖି ଆସୁଥିବା ଆମେ ମୟୂରଭଞ୍ଜିଆ ସଂଗଠନର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀଙ୍କ ଆବାହକତ୍ୱରେ ଛାଞ୍ଚ ଉନ୍ନୟନ କମିଟି, ମଧୁବନ ଉନ୍ନୟନ ପରିଷଦ ଏବଂ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ର ମିଳିତ ଆନୁକୁଲ୍ୟରେ ମହାରାଜାଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଗୁରୁବାର ସକାଳେ ବିଭିନ୍ନ ଅନୁଷ୍ଠାନର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାରାଜାଙ୍କ ପ୍ରତିମୂର୍ତ୍ତି କୁ ସଫା କରିବା ପରେ ଶ୍ରଦ୍ଧାଞ୍ଜଳି ସଭା ଆରମ୍ଭ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଶ୍ଟ ଶିକ୍ଷାବିତ୍ ଡ଼ ଯୋଗେନ୍ଦ୍ର ପଣ୍ଡା ଯୋଗ ଦେଇ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ପରେ ପରେ ଉପସ୍ଥିତ ସଦସ୍ୟ ତଥା ବୁଦ୍ଧିଜୀବୀ ମାନେ ମହାରାଜାଙ୍କ ପ୍ରତିମୂର୍ତ୍ତୀ ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଏହି ଅବସରରେ ଏହି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ରଚିତ ‘ ମୋର ଏଇ ଭଞ୍ଜଭୂମି ମୋର ମହାରାଜା ଜନ୍ମେ ଜନ୍ମେ କରୁଥିବି ମୁଁ ଏ ଦୁହିଁଙ୍କୁ ପୂଜା’ ଦେଶାତ୍ମବୋଧକ ସଙ୍ଗୀତ କୁ ସମବେତ ଭାବେ ଗାନ କରାଯାଇଥିଲା। ଏହି ବିଶେଷ କାର୍ଯ୍ୟ କ୍ରମରେ ସଂ ସ୍କାର ଶିଶୁ ମହୋତ୍ସବ ମୟୁରୀର ବରିଷ୍ଠ ଉପଦେଷ୍ଟା ତଥା ଅବସର ପ୍ରାପ୍ତା ଅଧ୍ୟକ୍ଷା ଡ ବନଜା ମହାନ୍ତି, ମୟୂରଭଞ୍ଜ ସିନିଅର ସିଟି ଜେନ୍ ଫୋରମର ସମ୍ପାଦକ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ଶ୍ୟାମ ସୁନ୍ଦର ଦାସ, ବିଶିଷ୍ଟ ପରିବେଶ ବିତ ବିବେକାନନ୍ଦ ପଟ୍ଟନାୟକ ଅର୍କିଟେକ୍ଟ ମନୋଜ କୁଆଁର, ମଧୁବନ ଉନ୍ନୟନ ପରିଷଦ ର ସମ୍ପାଦକ ବିକ୍ରମ କେଶରୀ ଜେନା, ଛାଞ୍ଚ ଉନ୍ନୟନ କମିଟି ର ଉପ ସଭାପତି ଅଶୋକ ମଣ୍ଡଳ , ଙ୍କ ସମେତ ଆମେ ମୟୁରଭଞ୍ଜିଆର ସଦସ୍ୟ ପ୍ରୀତିସୁଧା ତ୍ରିପାଠୀ, ରଜନୀରାଣୀ ବାରିକ, କୈବଲ୍ୟ ପ୍ରସାଦ ମହାପାତ୍ର, ଭଗବତୀ ଦାଶ, ଅଚ୍ୟୁତ ପ୍ରସାଦ ମହାପାତ୍ର, ସୁଧାମୟୀ ଦାସ, ପ୍ରଦୀପ କୁମାର ଦାସ, ସୁନୀତା କୁଆଁର, ପ୍ରଭାତ ସାହୁ, କିଚକ ବେହେରା, ବିଳ୍ପବ କୁମାର ଦାଶ, ଡଃ ସରୋଜ ନାୟକ, କୁମାର ରଞ୍ଜନ ପଣ୍ଡା, ଡଃ ରବି ନାରାୟଣ ଦାଶ, ଦେବବ୍ରତ ଦେ, ହରେକୃଷ୍ଣ ପାତ୍ର, ରଞ୍ଜନ କୁମାର ଦାସ, ପରିତୋଷ ଦାସ,ସତ୍ୟାନନ୍ଦ ସେଜପଡ଼ା, ମନୋରମା ଦେ, ରେଣୁବାଳା ରଥ , ଅଭିଷେକ ଯାଦବ, ଚନ୍ଦନ ସେଜପଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଅତୁଳନୀୟ ଅବଦାନ ସତ୍ତ୍ୱେ ମହାରାଜା ଙ୍କ ପ୍ରତିମୂର୍ତ୍ତି ସ୍ଥଳ ଅବହେଳିତ ହୋଇ ପଡ଼ିଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ସେପଟେ ପ୍ରଶାସନ ଧର୍ମ କୁ ଆଖି ଠାର ମାରିବା ପରି କେବଳ ଜୟନ୍ତୀ ପାଳନ କରି ବର୍ଷ ସାରା ଭୁଲି ଯାଉଥିବାରୁ ଇ ଟା ଲିଆନ୍ ଧଳା ମାର୍ବଲ ରେ ନିର୍ମିତ ମହାରାଜା ଙ୍କ ପ୍ରତିମୂର୍ତ୍ତି ଏବେ ସମ୍ପୂର୍ଣ୍ଣ କଳା ପଡ଼ି ଯାଇଥିବାରୁ ଉଦ୍ ବେଗ ପ୍ରକାଶ ପାଇଥିଲା l