Photo

ବାରିପଦା ଠାରେ ବିଜେପି ପକ୍ଷରୁ ବିଜୟ ସଂଙ୍କଳ୍ପ ସମାବେଶ ଅନୁଷ୍ଠିତ

State

ଯୋଗଦେଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ
ଡବଲ ଇଂଜିନ ସରକାର ଗଠନ ପାଇଁ ଦେଲେ ଆହ୍ୱାନ

ବାରିପଦା: ନିର୍ବାଚନ ର ବିଗୁଲ ବାଜିବା ପରେ ସରଗରମ ହୋଇଉଠିଛି ରାଜନିତୀ ମଇଦାନ । ଜନସାଧାରଣ ଙ୍କୁ ନିଜ ଦଳ ସପକ୍ଷରେ ମତଦାନ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ଆରମ୍ଭ ହୋଇଛି ସାଧାରଣ ସଭା । ଆଜି ଅପରାହ୍ନରେ ବାରିପଦା ଛଉ ପଡିଆଠାରେ ବିଜେପି ପକ୍ଷରୁ ଉତ୍ତର ଓଡଶା ର ଭଦ୍ରକ , ମୟୁରଭଞ , କେନ୍ଦୁଝର ଏବଂ ବାଲେଶ୍ୱର ଜିଲା କୁ ନେଇ ଆୟୋଜିତ ହୋଇଅଛି ଏକ ବିରାଟ ସମାବେଶ । ଆୟୋଜିତ ଉକ୍ତ ସମାବେଶ ରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଅପରାହ୍ନରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ହେଲିକେପ୍ଟର ଯୋଗେ ଆସି କଲେଜ ପଡିଆ ଠାରେ ଅବତରଣ କରି ସିଧାସଳଖ ଛଉପଡିଆ ଠାରେ ସମେବେଶରେ ଯୋଗଦେଇଥିଲେ । ସେଠାରେ ତାଙ୍କୁ ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଦଳୀୟ କର୍ମକର୍ତ୍ତା ଏବଂ ଜନସାଧାରଣ ଙ୍କୁ ଉଦବୋଧନ ଦେଇ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱରେ ଆଜି ଭାରତ ବର୍ଷ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଅଛି । ସାରା ବିଶ୍ୱରେ ଭାରତର ସ୍ଥାନ ପାଞ୍ଚ ନମ୍ବର ସ୍ଥାନ ରେ ରହିଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିକାଶ ର ନାରା ରେ ସମସ୍ତ ଙ୍କୁ ସାମିଲ ହେବାପାଇଁ ଆହ୍ନାନ ଦେଇଥିଲେ । ଗରିବ , ଚାଷୀ ଏବଂ ଆଦିବାସୀ ମାନଙ୍କ ର ବିକାଶ ହେଲେ ଦେଶ ର ବିକାଶ ହେବ । ମୟୁରଭଞ ଜିଲା ଏକ ଆଦିବାସୀ ବହୁଳ ଜିଲା । ଆଦିବାସୀ ମାନଙ୍କୁ ଭଲ ପାଇବା ର ଏକ ଉଦାହରଣ ଦେଇ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଜିଲାରୁ ଏକ ଆଦିବାସୀ ମହିଳା ଙ୍କୁ ଦେଶର ସର୍ବୋଛ ସ୍ଥାନରେ ବସାଇ ନିଜର ଅନେକ ଦିନର ଇଛା କୁ ପୁରଣ କରିଛନ୍ତି ।

ଆଦିବାସୀ ମାନଙ୍କୁ ଅଧିକରୁ ଅଧିକ ପ୍ରତିରକ୍ଷା କ୍ଷେତ୍ରରେ ସାମିଲହେବାପାଇଁ ଆହ୍ନାନ ଦେଇଛନ୍ତି । ଆଜି ଦେଶର ପ୍ରତ୍ୟେକଙ୍କ ଘରେ ଘରେ ବିଜୁଳି , ପାଇପଯୋଗେ ପିଇବା ପାଣି , ଇନ୍ଧନ ଗ୍ୟାସ ପହଞ୍ଚାଇ ବିକାଶ ର ନାରାକୁ ସତ୍ୟରେ ପରିଣତ କରିଛନ୍ତି । ପ୍ରତ୍ୟେକ ନାଗରିକ ଙ୍କ ବ୍ୟାଙ୍କ ଆକାଉଣ୍ଟ ଖାତା ଖୋଲାଯାଇଅଛି । ଯାହା ଫଳରେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ଯୋଜନାରେ ଅନୁଦାନ ରାଶି ସିଧାସଳଖ ହିତାଧିକାରୀ ଙ୍କ ପାଖକୁ ଯାଉଅଛି । ଦେଶର ମହିଳା ମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଅଛି । ବିଭିନ୍ନ କ୍ଷେତ୍ରରେ ମହିଳା ସଂରକ୍ଷଣ କୁ ବଢାଇ ଦିଆଯାଇଅଛି । ବିଗତ ଅନେକ ଦିନର କଂଗ୍ରେସ ଶାସନ କାଳରେ ଦେଶ ର ବିକାଶ ଖାଲି କଥାରେ ରହିଥିଲା । ଗରିବ ର ବିକାଶ ହେଲେ ଦେଶର ବିକାଶ ହେବ ବୋଲି କଂଗ୍ରେସ ର ଯେଉଁ ନାରାଥିଲା ତାହା ପ୍ରକୃତରେ ମିଛ । ଗରିବ ର ବିକାଶ ହୋଇପାରିନଥିଲା । ତେଣୁ ପୁଣି ଆଗାମୀ ସାଧାରଣ ନିର୍ବାଚନରେ ଉଭୟ ବିଧାନସଭା ଏବଂ ଲୋକସଭା ବିଜେପି ସପକ୍ଷରେ ମତଦାନ କରି ଡବଲ ଇଂଞିନ ସରକାର ଗଠନ କରିବା ପାଇଁ ଜନସାଧାରଣ ଙ୍କୁ ଆହ୍ନାନ ଦେଇଥିଲେ । ଉକ୍ତ ସମାବେଶ ରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ , ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଙ୍କ ସମେତ ଝାଡଖଣ୍ଡ ରାଜ୍ୟର ପୂର୍ବତନ ମନ୍ତ୍ରୀ , ଚାରିଗୋଟି ଜିଲାର ବିଧାୟକ , ବିଜେପି ଜିଲା ସଭାପତି , ନେତୃବୃନ୍ଦ , କର୍ମକର୍ତ୍ତା ଙ୍କ ସମେତ ସାଧାରଣ ଜନତା ଉପସ୍ଥିତ ଥିଲେ ।