Photo For The News Of Amasanskrutee Khalana Karmasala

ଦ୍ୱି-ଦିବସୀୟ ଖେଳନା ପ୍ରସ୍ତୁତି କର୍ମଶାଳା

State

ଆଗରପଡ଼ା :ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ଦ୍ୱି-ଦିବସୀୟ ଖେଳନା ପ୍ରସ୍ତୁତି କର୍ମଶାଳା(ଆମ ସଂସ୍କୃତି ଆମ ଖେଳନା)ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତାରାପୁର ସାଧନ କେନ୍ଦ୍ର ଅନ୍ତର୍ଗତ ଚଣ୍ଡିମାତା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ସାଧନକେନ୍ଦ୍ର ସଂଯୋଜକ ଜଗନ୍ନାଥ ଖୁଣ୍ଟିଆଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ସମ୍ବଳ ଶିକ୍ଷକ ରୂପେ ସହକାରୀ ଶିକ୍ଷକ ଆରଏନ ବରପଦାର ପର୍ଶୁରାମ ନାୟକ, ପୋଡ଼ାପାଟଣା ୟୁଜି ଏମଇ ବିଦ୍ୟାଳୟର ଅଶୋକ ଦାସ ଏବଂ କଳା ଶିକ୍ଷକ ରମେଶ ଚନ୍ଦ୍ର କର ଓ ଦେବାଶିଷ ମହାରଣାଙ୍କ ମାର୍ଗ ଦର୍ଶନରେ ୩୭ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କ ପାଠ୍ୟ ଉପଯୋଗୀ ଖେଳନା ପ୍ରସ୍ତୁତ କରିଥିଲେ ।