Barado Gp Re Ama Odisha Nabin Odisha Karjyakrama

ବରାଦୋ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

State

ନିଶ୍ଚିନ୍ତକୋଇଲି :ନିଶ୍ଚିନ୍ତକୋଇଲି ବ୍ଲକ ବରାଦୋ ପଂଚାୟତ କାର୍ଯ୍ୟାଳୟ ନିକଟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପଞ୍ଚାୟତ ସଭାପତି ମଧୁସୂଦନ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତର ବିକାଶ ସମ୍ଭବ ହୋଇପାରିଛି ଯାହାଦ୍ୱାରା ପଞ୍ଚାୟତର ବିଭିନ୍ନ ଧାର୍ମିକ ସ୍ଥଳୀ ଗୁଡ଼ିକର ରୂପାନ୍ତରୀକରଣ ଏବଂ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିତ କାର୍ଯ୍ୟକ୍ରମ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ଏପରିକି ବିଧାୟକ ଶ୍ରୀ ଜେନା ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

ଏହି ଅବସରରେ ବିଧାୟକ ଶ୍ରୀ ଜେନା ବରିଷ୍ଠ ନାଗରିକ, ଆଶା, ଅଙ୍ଗନୱାଡ଼ି କର୍ମୀ,ଏସଏଚଜି ମହିଳା ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ଏବଂ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଶେଷରେ ବିଧାୟକ ଶ୍ରୀ ଜେନା ରେସନ କାର୍ଡ଼ ମାଧ୍ୟମରେ ଜନସାଧାରଣଙ୍କୁ ଦୁଇଟି ବ୍ୟାଗ୍ ଏବଂ ୧ହଜାର ଟଙ୍କା ବଣ୍ଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ବିଡିଓ ଧର୍ମରଂଜନ ପଣ୍ଡା, ସିଡିପିଓ ସତ୍ୟଭାମା ବିଶୋଇ, ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବିଜେଡି କୃଷକ ସଂଗଠନର ସଭାପତି ଜ୍ୟୋତି ପ୍ରକାଶ ସ୍ୱାଇଁ, ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ,ଯୁବ ନେତା ମନୋଜ ସେଠୀ, ପ୍ରମୋଦ ସ୍ୱାଇଁ, ପୂର୍ବତନ ସରପଞ୍ଚ ନୃସିଂହ ଚରଣ ବିଶ୍ୱାଳ,ସମିତିସଭ୍ୟା ଶୁଭଶ୍ରୀ ସାହୁ,ଯୁବନେତା ଗଗନ ସାହୁ,ପ୍ରଣବ ଦାଶ,ଅଭୟ ରାଉତ,ତୈଲୋକ୍ୟରଂଜନ ନନ୍ଦ,ଜାନକୀବଲ୍ଲଭ ସେଠୀ,ଅଭିରାମ ସେଠୀ ,ରତ୍ନାକର ବିଶ୍ୱାଳ ଆଶିଷ ନନ୍ଦ ପ୍ରମୁଖ ଯୋଗଦେଇଥିଲେ ।