Bank Loot.jpg

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି ଉଦ୍ୟମ ଫେଲ୍

State

bank-loot

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି ଉଦ୍ୟମ । ଗ୍ୟାସ୍ କଟର ସାହାଯ୍ୟରେ ଲକର କାଟି ବିଫଳ ହେଲେ ଦୁବୃର୍ତ୍ତ । CCTV, ହାର୍ଡ ଡିସ୍କ ଓ ସିକ୍ୟୁରିଟୀ ବନ୍ଧୁକ ଆଦି ନେଇ ପଳାଇଲେ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ଅଭିଯୋଗ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଝରକା ଗ୍ରିଲ୍ କାଟି ବ୍ୟାଙ୍କରେ ପଶିଥିଲେ ଚୋର । ଗ୍ୟାସ୍ କଟରରେ ବ୍ୟାଙ୍କ ଲକର୍ କାଟି ବିଫଳ ହେବାରୁ CCTV, ହାର୍ଡ ଡିସ୍କ ଓ ସିକ୍ୟୁରିଟୀ ବନ୍ଧୁକ ଆଦି ନେଇ ପଳାଇଛନ୍ତି । ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।