Utkal Ratna Nku Chanakya Sanman

ଉତ୍କଳ ଜ୍ୟୋତି ରଘୁନାଥ ମହାନ୍ତିଙ୍କୁ ‘ଚାଣକ୍ୟ’ ସମ୍ମାନ ପ୍ରଦାନ

State

ନିଶ୍ଚିନ୍ତକୋଇଲି : ଉତ୍କଳଜ୍ୟୋତି ରଘୁନାଥ ମହାନ୍ତି ନିଖିଳ ଉତ୍କଳ ଏଲିମେଣ୍ଟାରୀ ଟିଜି ଶିକ୍ଷକ ସଂଘ ତରଫରୁ ‘ଚାଣକ୍ୟ’ ସମ୍ମାନ ପ୍ରଦାନ କରାଯାଇଛି । ସମସ୍ୟାବହୁଳ ଶିକ୍ଷକ ସଂଘକୁ ଅଗ୍ରଗାମୀ କରିବା ପାଇଁ ତାଙ୍କର ଉଦ୍ୟମ ପ୍ରଶଂସନୀୟ ଥିଲା ବୋଲି କର୍ମକର୍ତ୍ତାମାନେ ତାଙ୍କୁ କଟକ ବାବା ସାଗର ଦାସ ବିଦ୍ୟାପୀଠରେ ସଂଘର ସପ୍ତମ ବାର୍ଷିକ ସାମ୍ବିଧାନିକ ରାଜ୍ୟସ୍ତରୀୟ ସ୍ମୃତି ଶ୍ରଦ୍ଧାସୁମନ ଓ ସମ୍ବର୍ଦ୍ଧନା ପର୍ବରେ ସଭାପତି ଲକ୍ଷ୍ମଣ କୁମାର ମହାନ୍ତି, ସମ୍ପାଦକ ମୁରଲୀଧର ନାୟକ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ ।