Barsika Puraskar Bitarana Usaba

ଉ.ପ୍ରା ବିଦ୍ୟାଳୟର ୩୭ତମ ବାର୍ଷିକ ପୁରସ୍କାର ବିତରଣ

State

ନିଶ୍ଚିନ୍ତକୋଇଲି : ନତକାଇ ପଞ୍ଚାୟତ ସ୍ଥିତ ଚକ୍ରଧର ମୋମୋରିଆଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ପ୍ରଧାନଶିକ୍ଷକ ହରେକୃଷ୍ଣ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଛି । ଏଥ୍‌ôରେ ମୁଖ୍ୟଅତିଥି ଭାବେ ସରପଞ୍ଚ ଜୟଦେବ ରାଉତ ଯୋଗ ଦେଇ ଶିକ୍ଷା ଗ୍ରହଣ ସହ ଉତ୍ତମ ଚରିତ୍ର ଗଠନ ଗୁରୁଜନମାନଙ୍କୁ ଭକ୍ତି ପ୍ରଦର୍ଶନ କଲେ ଜୀବନରେ ଉଚ୍ଚ ସୋପାନକୁ ଯାଇପାରିବ ବୋଲି ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଶିକ୍ଷାବିତ୍ ନାରାୟଣ ରାଉତ,ସମ୍ମାନୀତ ଅତିଥି ଭାବେ ସିଆରସିସି ନରେନ୍ଦ୍ରନାଥ ସାହୁ,ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରଭାକର ବସ୍ତିଆ,ପରିବେଶବିତ୍ ପ୍ରମୋଦ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ଜୟଶ୍ରୀ ଶତପଥୀ, ସୁମିତ୍ରା ଦଳାଇ ,ନମିତା କର,ଲକ୍ଷ୍ମୀପ୍ରିୟା ଜେନା,ଶିକ୍ଷକ ପ୍ରଦିପ୍ତ ପଣ୍ଡା,ନିରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଶିକ୍ଷୟିତ୍ରୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।