Onn 3

୧୬ଟି କେନ୍ଦ୍ରରେ ୨୪୫୭ ବିଦ୍ୟାର୍ଥୀ ପରୀକ୍ଷା ଦେଲେ; ୪୨ଜଣ ଅନୁପସ୍ଥିତ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ୧୬ଟି ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳିତ ଭାବେ ୨୪୫୭ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ପ୍ରଥମ ଦିନରେ ମାତୃଭାଷା ବିଷୟ ଥିବାରୁ ପରୀକ୍ଷାର୍ଥୀ ମାନେ ପରୀକ୍ଷାରେ ଭଲ କରିବାର ପ୍ରକାଶ କରିଛନ୍ତି । ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କରାଯାଇଥିବା ନୋଡ଼ାଲ କେନ୍ଦ୍ର ପକ୍ଷରୁ ସଠିକ୍ ଭାବେ ପ୍ରଶ୍ନ ଓ ଉତ୍ତର ଖାତା ବଣ୍ଟନ କରାଯାଇଥିବା ବିଇଓ ଲକ୍ଷେହୀରା ଲାବଣ୍ୟବତୀ ବେହେରା ପ୍ରକାଶ କରିଥିଲେ । ଚଳିତ ଏହି ବ୍ଲକ ଅଞ୍ଚଳରେ ହୋଇଥିବା ୧୬ଟି କେନ୍ଦ୍ର ପାଇଁ ୨୪୯୯ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଅନୁମତି ପତ୍ର ପ୍ରଦାନ କରାଯାଇଥିଲା । ସେଥି ମଧ୍ୟରୁ ୪୨ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଜଣାପଡ଼ିଛି । ମଧ୍ୟମା ପରୀକ୍ଷାରେ ୨ଟି କେନ୍ଦ୍ରରେ ୧୨୫ ପରୀକ୍ଷାର୍ଥୀ ନିଆଯାଇଥିଲା ବେଳେ ୧୯ଜଣ ଅନୁପସ୍ଥିତ ରହିଥିବାରୁ ୧୦୬ ଜଣ ପରୀକ୍ଷା ଦେଇଥିଲେ । ସେହିପରି ମାଟ୍ରିକରେ ୧୪ଟି କେନ୍ଦ୍ରରେ ୨୩୭୪ ପରୀକ୍ଷାର୍ଥୀଙ୍କୁ ନିଆଯାଇଥିଲା ବେଳେ ୨୩ଜଣ ଅନୁପସ୍ଥିତ ଥିବାରୁ ୨୩୫୧ ଜଣ ପରୀକ୍ଷା ଦେଇଥିଲେ ।