Onn 3

ପୂର୍ଣ୍ଣଚନ୍ଦ୍ର ମେମୋରିଆଲ ଟ୍ରଷ୍ଟ ତରଫରୁ ମେଧା ଅନ୍ୱେଷଣ ପରୀକ୍ଷା ଓ ପୁରସ୍କାର ବିତରଣ

State

ବାରିପଦା: ରଘୁନାଥପୁରସ୍ଥିତ ପୂର୍ଣ୍ଣଚନ୍ଦ୍ର ମେମୋରିଆଲ ଟ୍ରଷ୍ଟ ତରଫରୁ ପୂର୍ଣ୍ଣଚନ୍ଦ୍ର ମେଧା ଅନ୍ୱେଷଣ ପରୀକ୍ଷା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଯାଇଅଛି । ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୨୬ ଟି ବ୍ଲକରୁ ବିଭିନ୍ନ ବିଦ୍ୟାଳୟରୁ ପଞ୍ଚମଶ୍ରେଣୀରେ ୩୦୫ ଜଣ ତଥା ଅଷ୍ଟମ ଶ୍ରେଣୀରେ ୩୮୦ ଜଣ ଛାତ୍ରୀ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ପଞ୍ଚମ ଶ୍ରେଣୀରୁ ବିଶ୍ୱଜିତ୍ ସାହୁ, ତୃପ୍ତିରେଖା ଶେଜପଡ଼ା ଓ ସାଇକୃଷ୍ଣ ମିଶ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅଷ୍ଟମ ଶ୍ରେଣୀରୁ ଶୁଭମ୍ ବାରିକ୍, ଅର୍ପିତା ସାହୁ ଓ ସୁଧାମୟୀ ରାଜ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ମେମୋରିଆଲ ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାସ ସମସ୍ତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ର ମେଧାବୃତ୍ତି ଓ ପୁରସ୍କାର ପ୍ରଦାନ କରିଥିଲେ ।