Onn 3

ସ୍ଵର୍ଗତ କ୍ରୀଡାବିତ ଭବାନୀଶଙ୍କର ଦେଙ୍କର ସ୍ମୃତି ସଭା

State

ବାରିପଦା: ବରିଷ୍ଠ କ୍ରୀଡାବିତ ତଥା NIS ଫୁଟବଲ କୋଚ ସ୍ଵର୍ଗତ କ୍ରୀଡାବିତ ଭବାନୀଶଙ୍କର ବିୟୋଗରେ ବାରିପଦା କଲେଜ ପଡିଆ ଠାରେ ଏକ ଶ୍ରନ୍ଧାଞ୍ଜଳି ସଭା ଇଣ୍ଡିପେଣ୍ଡେଟ କ୍ଲୁବ ସଦଶ୍ୟ ମାନଙ୍କର ଉପସ୍ଥିତିରେ ଅନୁଷ୍ଟିତ ହୋଇଯାଇଛି | କ୍ଲବର ସଭାପତି ଶ୍ରୀ ସେଙ୍ଗଲ ସିଂ ସୋରେନଙ୍କର ପୌରହିତ୍ୟରେ ଅନୁଷ୍ଟିତ ଏହି ସଭାରେ ଦିବଙ୍ଗତ ବରିଷ୍ଠ କ୍ରୀଡାବିତଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାଥନା ପରେ ସମ୍ପାଦକ ଶ୍ରୀ ହରିଶ କୁମାର ଷଡଙ୍ଗୀ, ଶ୍ରୀ ପ୍ରଦୀପ କିଶୋର ମହାନ୍ତି, ଶ୍ରୀ ରମେଶ ରାଉତ ଓ ଶ୍ରୀ ଯଦୁନାଥ ମାଝି ସ୍ମୃତି ଚାରଣ କରି ସ୍ଵର୍ଗତ ଦେ ପରି ଜଣେ ବିରଳ କ୍ରିଡା ସଂଗଠକକୁ ମୟୂରଭଞ୍ଜ ମାଟି ହରାଇଥିବା କଥା ଆଲୋଚନା କରିଥିଲେ ॥ ଓଡିଶା ସରକାରଙ୍କର ବରିଷ୍ଠ ଫୁଟବଲ କୋଚ ଭାବରେ ସୁନ୍ଦରଗଡ଼, ସମ୍ବଲପୁର, କଟକ, ଭୁବନେସ୍ଵର ତଥା ମୟୂରଭଞ୍ଜରେ କୋଚ ଥାଇ ବହୁ ପ୍ରତିଭାର ବିକାଶ ତଥା ଲୋକଲୋଚନକୁ ଆଣିବାରେ ତାଙ୍କ ଅବଦାନ ଯଥେଷ୍ଠ ଥିଲା

ଉକ୍ତ ସଭାରେ ଶ୍ରୀ କୈଳାଶ ବେହେରା, ଶ୍ରୀ ଅମୂଲ୍ୟ ମିଶ୍ର, ଶ୍ରୀ ମଣିକ ରଣା, ଶ୍ରୀ ଆଶୁତୋଷ ପଣ୍ଡା, ଶ୍ରୀ ଜୟକୃଷ୍ଣ ପାତ୍ର, ଶ୍ରୀ ସନ୍ତୋଷ ମିଶ୍ର, ଶ୍ରୀ ବଇଲୋଚନ ପାତ୍ର, ଶ୍ରୀ ନରସିଂହ ବାରିକ, ଶ୍ରୀ ବଟହରି ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ॥ ପରିଶେଷରେ ସ୍ମୃତି ସଭାର ଆବାହକ ଶ୍ରୀ କିଶୋର କୁମାର ବିଶ୍ଵାଳ ଜିଲ୍ଲାରେ ଖେଳର ସର୍ବାଙ୍ଗୀନ ଉର୍ନ୍ନତି ହେଲେ ଦିବଙ୍ଗତ କ୍ରୀଡାବିତଙ୍କ ପ୍ରତି ଉଚିତ ଶ୍ରନ୍ଧାଞ୍ଜଳି ହେବ ଏବଂ ଏଥି ପାଇଁ ସମସ୍ତଙ୍କ ସହଯୋଗ ଲୋଡା ବୋଲି ତାଙ୍କ ଧନ୍ୟବାଦ ବକ୍ତବ୍ୟରେ କହିଥିଲେ॥