Photo For The News Of Ri Strike

ଛଅଦଫା ଦାବି ନେଇ ରାଜସ୍ୱ ନିରୀକ୍ଷକଙ୍କ ଧରଣା

State

ଆଗରପଡ଼ା :ଛଅଦଫା ଦାବି ପୂରଣ ନେଇ ବନ୍ତ ତହସିଲ ସମ୍ମୁଖରେ ବସି ରହିଛନ୍ତି ରାଜସ୍ୱ ନିରୀକ୍ଷକମାନେ । ସରକାରଙ୍କ ପକ୍ଷରୁ ଜିଲ୍ଲାସରୀୟ ବିଭିନ୍ନ ବିଭାଗରେ କର୍ମଚାରୀଙ୍କୁ କ୍ୟାଡ଼ର ପୁନଃ ଗଠନ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ରାଜସ୍ୱନିରୀକ୍ଷକଙ୍କ କ୍ୟାଡ଼ର ପୁନଃ ଗଠିତ ହୋଇନାହିଁ । ସେମାନଙ୍କର ଦରମାବୃଦ୍ଧି ସହ ଅନ୍ୟାନ୍ୟ ଦାବିର ପୁରଣକୁ ନେଇ ସୋମବାର ଠାରୁ କାର୍ଯ୍ୟବନ୍ଦ କରି ଧାରଣାରେ ବସିଛନ୍ତି । ଫଳରେ ବନ୍ତ ତହସିଲ ଅଧିନରେ ଥିବା ଛଅ ଗୋଟି ଆରାଇ ଅ଼ଫିସ ରେ ତାଲା ଝୁଲୁଛି । ରାଜସ୍ୱ ସୁପରଭାଇଜର ବ୍ରଜକିଶୋର ଦାସ,ଆରାଇ ଶୈାଭାଗ୍ୟ ସିଂ,ଦୀପକ କୁମାର ମଲ୍ଲିକ,ସୁବ୍ରତ କୁମାର ମଲ୍ଲିକ,ଗୁରୁୁବାରୀ ହେମ୍ବ୍ରମ,ସଂଜୟ ଟୁଡ଼ୁ,ସୁମିତ୍ରା ପଣ୍ଡା,ପ୍ରତୀମା ଦାସ ପ୍ରମୁଖ ଏହି ଧାରଣାରେ ବସିରହିଛନ୍ତି । ନିଜର ନାର୍ଯ୍ୟ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁରହିବ ବୋଲି ସେମାନେ ଜଣାଇଛନ୍ତି ।