Photo For The News Of Ama Sabhyata Ama Khelana

ଆମ ସଭ୍ୟତା ଆଉ ଆମ ଖେଳନା

State

ଆଗରପଡ଼ା :ବନ୍ତ ବ୍ଳକ ଚାଇଁପୁର ସାଧନାକେନ୍ଦ୍ର ପକ୍ଷରୁ ବସନ୍ତିଆ ସରକାରୀ ଉ.ପ୍ରା ବିଦ୍ୟାଳୟ ପରିସରରେ ‘ଆମ ସଭ୍ୟତା ଆମ ଖେଳନା, ସଂର୍ପକୀୟ କର୍ମଶାଳା ସିଆରସିସି ସୁଧିର କୁମାର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏହାକୁ ସ୍ଥାନୀୟ ସରପଂଚ ଅଶୋକ ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଟିଣା ଟୋଲର ପ୍ରଧାନ ଶିକ୍ଷକ ହରେକୃଷ୍ଣ ପାଣିଗ୍ରାହୀ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ଜେନା,ଶିକ୍ଷକ ସୁଭେନ୍ଦୁ ବିଶ୍ୱାଳ, ଅଜୟ ରାଉତରାୟ,ବ୍ରହ୍ମାନନ୍ଦ ଜେନା,ଶିକ୍ଷୟିତ୍ରୀ ସୁଜାତା ଜେନା,ରଶ୍ମୀରେଖା ଶୁଆର,ଜୟନ୍ତୀ ଗିରି ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଏଥିରେ ଉକ୍ତ କ୍ଲଷ୍ଟର ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟରୁ ୩୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିବା ବେଳେ ଆର୍‌ପି ଭାବେ ଦେବାଶିଷ ମହାରଣା,କ୍ଷୀରୋଦ ଚକ୍ରବର୍ତ୍ତି,ରବିନ୍ଦ୍ର ଜେନା,ରମେଶ ଜେନା,ପଦ୍ମଲୋଚନ ସାହୁ ପ୍ରମୁଖ ବିଭିନ୍ନ କଳାକୃତି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।