Onn 3

ଜାତୀୟସ୍ତର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ନୀତେଶ ଙ୍କୁ ମୟୁରଭଞ୍ଜ ଜିମ୍ନାସିୟମ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ

State

ବାରିପଦା: ଚଳିତ ଫେବୃଆରୀ ମାସ ୧୭ ଏବଂ ୧୮ ତାରିଖ ଗଞାମ ଜିଲା ବରମପୁର ଠାରେ ଅନୁଷ୍ଠିତ ହୋଇଥିବା ୨୦ ତମ ରାଜ୍ୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ମୟୁରଭଞ୍ଜ ଜମ୍ନାସିୟମର ସଦସ୍ୟ ନୀତେଶ ବାରିକ ମୟୁରଭଞ ଜିଲା ତରଫରୁ ପ୍ରତିନିଧିତ୍ୱ କରି ଦ୍ୱିତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଆସନ୍ତା ମାର୍ଚ ମାସ ୧୬ ଏବଂ ୧୭ ତାରିଖ ପଞାବ ରାଜ୍ୟ ର ଲୁଧିଆନା ଠାରେ ଅନୁଷ୍ଠିତ ହେବାକୁଥିବା ୧୫ ତମ ସିନିଅର ଜାତୀୟସ୍ତର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବାପାଇଁ ଓଡିଶା ରାଜ୍ୟ ବଡିବିଲ୍ଡିଙ୍ଗ ଏସୋସିଏସନ ତରଫରୁ ମନୋନୀତ ହୋଇଛନ୍ତି । ନୀତେଶ ଙ୍କ ଏହି ସଫଳତା କୁ ନେଇ କ୍ରୀଡା ପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖାଦେଇଅଛି ।

ଏହି ଅବସରରେ ଆଜି ପୂର୍ବାହ୍ନରେ ମୟୁରଭଞ୍ଜ ଜିମ୍ନାସିୟମ ପରିସରରେ ମୟୁରଭଞ ଜିଲା ବଡିବିଲ୍ଡିଙ୍ଗ ଏସୋସିଏସନ ର ସଭାପତି ନବ କୁମାର ସାହୁ , ସଂପାଦକ ରବୀନ୍ଦ୍ର କୁମାର ମହାନ୍ତି , ଯୁଗ୍ମ ସଂପାଦକ ସୁମିତ କୁମାର ସାହୁ , ସହ ସଂପାଦକ ରାଜେନ୍ଦ୍ର କୁମାର ପରିଡା , ଦେବୀ ସିଂ , ପ୍ରଭାତୀ ସିଂ ,ମାମୁନି ପଲେଇ , ପ୍ରବୀର ପୃଷ୍ଟି , ତରୁଣ ଦେ , ଅମିତ ଆଢିଅ , ସତ୍ୟବ୍ରତ ବେହେରା ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟବୃନ୍ଦ ନୀତେଶ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ସଫଳତା କାମନା କରିଛନ୍ତି ।