Joranda Mela In Odisha Bhu

ଆସନ୍ତା ୨୨ରୁ ଢେଙ୍କାନାଳର ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା

State

ଢେଙ୍କାନାଳ: ଆସନ୍ତା ୨୨ ତାରିଖରୁ ଢେଙ୍କାନାଳର ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା। ହଜାର ହଜାର ସାଧୁସନ୍ଥଙ୍କ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ମାଘ ମେଳାରେ । ବିଶ୍ଵର ମଙ୍ଗଳ ପାଇଁ ମହଣ, ମହଣ ଘିଅରେ ପ୍ରଜ୍ଵଳିତ ହେବ ଝାଡ଼ ଦ୍ୱୀପ ।

ମାଘମେଳା ପାଇଁ ବକ୍କଳଧାରୀ ସନ୍ନ୍ୟାସୀ ସମାଜ ଏବଂ କୌପୁନୀଧାରୀ ସନ୍ନ୍ୟାସୀ ସମାଜ ପକ୍ଷରୁ ବିଭିନ୍ନ ମଠ ମନ୍ଦିର ଗୁଡିକୁ ରଙ୍ଗ କରାଯାଇଛି । ମେଳା ପାଇଁ ଉଠା ଦୋକାନୀମାନେ ନିଜ ନିଜର ପସରା ମେଲାଇବା ଆରମ୍ଭ କଲେଣି । ଆଲୋକୀକରଣ, ପାନୀୟ ଜଳ, ପରିମଳ, ଉପରେ ଗୁରୁତ୍ଵ ଦିଆଯାଇଛି । ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଶ୍ରଦ୍ଧାଳୁମାନେ କିପରି ମେଳାକୁ ଉପଭୋଗ କରିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।