Img 20250321 Wa0142

ମୟୂରଭଞ୍ଜରେ କାଳବୈଶାଖୀ ର ତାଣ୍ଡବ, କ୍ଷତିଗ୍ରସ୍ତ ଙ୍କୁ ଜିଲ୍ଲା ପ୍ରଶାସନ ର ସହୟତା ପ୍ରଦାନ

State

ବାରିପଦା: ଗତକାଲି ତା ୨୦-୦୩-୨୦୨୫ରିଖ କୁଆପଥରଝଡ଼ ଯୋଗୁଁ ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି।
ଏଥିରେ ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥବା ବେଳେ ୧୧ଟି କଚ୍ଚା ଘର ଗୁରୁତର କ୍ଷତିଗ୍ରସ୍ତହୋଇଛି ଏବଂ ୨୯୫ ଟି କଚ୍ଚା ଘର ଆଂଶିକ ଭାବେ ନଷ୍ଟ ହୋଇଥିବା ବେଳେ ୪ଗୋଟି ଗାଈ ଗୁହାଳ ଘର ନଷ୍ଟ ହୋଇଛି। ଏତଦ ବ୍ୟତୀତ ଏହି କୁଆ ପଥର ଝଡ଼ରେ ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ଗମନାଗମନର ଭିତ୍ତିଭୂମି ମଧ୍ଯ କ୍ଷତିଗ୍ରସ୍ତ ହୋଇଛି।

ଏହି ପରିପ୍ରେକ୍ଷୀରେ ରେ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନ ରେ ରିଲିଫ କେନ୍ଦ୍ର ଖୋଲାଯାଇ କ୍ଷତିଗ୍ରସ୍ତ ଲୋକମାନଙ୍କୁ ରଖାଯାଇଛି ଏବଂ ଘରଭାଙ୍ଗି ଯାଇଥିବା ଲୋକମାନଙ୍କୁ ୧୨୭ ଟି ପଲିଥିନ ରୋଲ ଯୋଗାଇ ଦିଆଯାଇଛି।ଏଥି ସହିତ ଲୋକ ମାନଙ୍କ ଆଶୁ ଚିକିତ୍ସା ସେବା ପାଇଁ ୫ଟି ମେଡିକାଲ ଟିମ ନିୟୋଜିତ କରାଯାଇଛି।

କ୍ଷେତ୍ର ଅଧିକାରୀ ମାନଙ୍କ ଦ୍ୱାରା କ୍ଷୟକ୍ଷତି ଆକଳନ କାର୍ଯ୍ୟ ଜାରି ରହିଛି। ପୂର୍ଣ୍ଣାଙ୍ଗ ଆକଳନ ପରେ ସରକାରଙ୍କ ନିୟମାନୁଯାୟୀ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।