Teachers Strike.jpg

ଲୋୟର ପିଏମଜିରେ ଗର୍ଜିଲେ ଶିକ୍ଷକ

State

 

teachers-strike

ଭୁବନେଶ୍ବର: ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଲା ନାହିଁ। ପ୍ରତିଶ୍ରୁତି ପୂରଣ ନହେବା ପ୍ରତିବାଦରେ ଓଷ୍ଟା ଶିକ୍ଷକମାନେ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି।  ପୂର୍ବ ଯୋଜନା ଅନୁସାରେ ହଜାର ହଜାର ଶିକ୍ଷକ ଏକତ୍ର ହୋଇ ରାଜଧାନୀ ଲୋୟର ପିଏମଜିରେ ବିଶାଳ ସମାବେଶ କରିଛନ୍ତି। ଏଥି ସହିତ ସେମାନେ ସରକାରଙ୍କୁ ସେମାନଙ୍କର ଦାବି ସଂପର୍କରେ ଜଣାଇଛନ୍ତି।

ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ପ୍ରଦାନ କରିବା, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ କରିବା ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରୁନଥିବାରୁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ।

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ। ବିଦ୍ୟାଳୟର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିବେ। ତେଣୁ ପରୀକ୍ଷାର ସୁପରିଚାଳନା ପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶିକ୍ଷକ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି। ୩୦ ବର୍ଷରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଚାକିରି କରିବା ପରେ ମଧ୍ୟ ଶୂନ୍ୟହସ୍ତରେ ଅବସର ଓ ୨୦ରୁ ୨୫ ବର୍ଷ ବିନା ଅନୁଦାନରେ କାମ କରିଥିବା ଶିକ୍ଷକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା ୭ ତାରିଖରେ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।