Onn 3

ଦ୍ୱୈତନଗରୀର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା

State

 

14

ଭୁବନେଶ୍ବର: ଟ୍ୱିନ୍ ସିଟିରେ ଆଜି ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା । ଆଜି ପୂର୍ବତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ କାର୍ଯ୍ୟଭାର ହାତକୁ ନେଇଛନ୍ତି । ସେ ୧୦ତମ ପୋଲିସ କମିଶନର ଭାବେ କଟକ-ଭୁବନେଶ୍ୱରର ସୁରକ୍ଷା ଦାୟିତ୍ୱ ନେଇଛନ୍ତି । ଏହି ଅବସରରେ ନୂଆ କମିଶନରଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।

୧୯୯୪ ବ୍ୟାଚ୍‌ ଆଇପିଏସ୍‌ ସଂଜୀବ ପଣ୍ଡା ପୂର୍ବରୁ ପୁରୀ ଏସପି, ଆଇଜି ପର୍ସନାଲ, ଆଇଜି ଓଏସଏପି, ଗୁଇନ୍ଦା ନିର୍ଦ୍ଦେଶକ ସହ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଆସୁଥିବାବେଳେ, ଏବେ ବିଦାୟୀ ପୋଲିସ୍ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ଯୋଗ ଦେବେ ।

ଆଗକୁ ନିର୍ବାଚନ ଅଛି ତାହାକୁ କିପରି ଶୃଙ୍ଖଳିତ ଭାବେ ଶେଷ କରିହେବ ସେନେଇ ଏବେଠୁ ଆରମ୍ଭ ହେବ ପ୍ରସ୍ତୁତି । ରାଜଧାନୀରେ ବଢୁଥିବା କ୍ରାଇମ୍, ଟ୍ରଫିକ ସମସ୍ୟା ଓ ସାଇବର କ୍ରାଇମ ର ସମାଧାନ ଦିଗରେ ବିଶେଷ ଧ୍ୟାନ ଦିଆଯିବ । ଆଉ ଏହା କେବଳ ଜନସାଧାରଣଙ୍କ ସହାୟତାରେ ସମାଧାନ ହୋଇପାରିବ ବୋଲି ୟିତ୍ୱ ନେବା ପରେ ନୂଆ ପୋଲିସ କମିଶନର ସଂଜୀବ ପଣ୍ଡା ।