Onn 3

ଭାରତକୁ ବିରୋଧ କରିବା ପଡିବ ମହଙ୍ଗା, ଭାଙ୍ଗିବ ମୁଇଜ୍ଜୁ ସରକାର!

National & International

 

IMAGE_1706530108

ଭାରତକୁ ବିରୋଧ କରିବା ଏବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କୁ ପଡିପାରେ ମହଙ୍ଗା। ତାଙ୍କ ବିରୋଧରେ ଆସିପାରେ ଅନାସ୍ଥା ପ୍ରସ୍ତାବ। ଲଗାତର ଭାରତକୁ ବିରୋଧ କରିବା ଓ ତାଙ୍କ କ୍ରୁର ନୀତି ପାଇଁ ସେ ବରୋଧୀଙ୍କ ଟାର୍ଗେଟ୍‌ରେ ଅଛନ୍ତି। ଏହାରି ଭିତରେ ମାଳଦ୍ୱୀପ ମୁଖ୍ୟ ବିରୋଧୀ ଦଳ ଏମ୍‌ଡିପି (ମାଲଡିଭିଆନ୍‌ ଡେମୋକ୍ରେଟିକ୍‌ ପାର୍ଟି) ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବିରୋଧରେ ଅବିଶ୍ୱାସ ତଥା ଅନାସ୍ଥା ପ୍ରସ୍ତାବ ଆଣିବାକୁ ରାଜି ହୋଇଥିବା ସୂଚନା ମିଳିଛି।

ସଂସଦରେ ମୁଖ୍ୟ ବିରୋଧୀ ଏମ୍‌ଡିପି ପାଖରେ ସଂଖ୍ୟା ଗରିଷ୍ଠତା ରହିଛି। ମୁଇଜ୍ଜୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଏବେ ଆବଶ୍ୟକୀୟ ଦସ୍ତଖତ ଯୋଗାଡ କରିବାରେ ଲାଗିପଡିଛନ୍ତି ବିରୋଧୀ। ଉଭୟ ଏମଡିପି ଏବଂ ଡେମୋକ୍ରାଟ ପ୍ରତିନିଧିଙ୍କ ସମେତ ମୋଟ ୩୪ ଜଣ ସଦସ୍ୟ ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇଥିବା ସୂଚନା ମିଳିଛି। ତେବେ ଉତ୍ତେଜନା କାରଣରୁ ରବିବାର ଦିନ ମାଳଦ୍ୱୀପ ସଂସଦରେ ମୁଇଜ୍ଜୁଙ୍କ ବିରୋଧରେ ଏହି ପ୍ରସ୍ତାବ ଅଣାଯାଇ ପାରି ନାହିଁ।

ରିପୋର୍ଟ ମୁତାବକ, ମାଳଦ୍ୱୀପର ଦୁଇ ପ୍ରମୁଖ ବିରୋଧୀ ଦଳ ମାଳଦ୍ୱୀପ ଡେମୋକ୍ରେଟିକ୍‌ ପାର୍ଟି(ଏମ୍‌ଡିପି) ଓ ଡେମୋକ୍ରାଟ ରାଷ୍ଟ୍ରପତି ମୁଇଜ୍ଜୁଙ୍କ ଏକଛତ୍ରବାଦ ନୀତିକୁ ବିରୋଧ କରୁଛନ୍ତି। ଦୀର୍ଘ ସମୟ ଧରି ଭାରତ ଆମର ସହଯୋଗୀ ହୋଇ ରହିଛି। ଏଭଳି ସ୍ଥିତିରେ ତାକୁ ବିରୋଧ କରି ଏଡାଇବା ଦେଶ ପାଇଁ ଠିକ୍‌ ନୁହେଁ ବୋଲି ଉଭୟ ଦଳ କହିଛନ୍ତି।

ମାଳଦ୍ୱୀପ ସଂସଦର ମୋଟ ୮୭ଟି ସିଟ୍ ମଧ୍ୟରୁ MDP ଏବଂ ଡେମୋକ୍ରାଟ ସାଂସଦଙ୍କ ପାଖରେ ୫୫ଟି ସିଟ୍‌ ଅଛି। ମୁଇଜ୍ଜୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ମାତ୍ର ୫୪ଟି ଭୋଟ ଆବଶ୍ୟକ ରହିଛି। ଗତ ବର୍ଷ, ନିୟମ ପରିବର୍ତ୍ତନ କରି ସଂସଦରେ ଅଧିକାର ଦିଆଯାଇଥିଲା ଯେ ସର୍ବବୃହତ୍ତ ଦଳ MDP ସଂଖ୍ୟାଲଘୁ ଦଳର ସମର୍ଥନ ବିନା ମୁଇଜ୍ଜୁଙ୍କ ବିରୋଧରେ ଆନାସ୍ଥା ପ୍ରସ୍ତାବ ଆଣିପାରିବେ। ତେବେ ଏମ୍‌ଡିପି ପାଖରେ ଏକା ୫୬ ଜଣ ସାଂସଦ ଅଛନ୍ତି। ଏଭଳି ସ୍ଥିତିରେ ଖୁବଶୀଘ୍ର ମାଳଦ୍ୱୀପରେ ମୁଇଜ୍ଜୁ ସରକାରଙ୍କ ପତନ ଘଟିପାରେ ବୋଲି ଅଶଙ୍କା କରାଯାଉଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବର ୫ ତାରିଖରେ ମହମ୍ମଦ ମୁଇଜ୍ଜୁ ମାଳଦ୍ୱୀପ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ଏହାପରଠାରୁ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଜାନୁଆରୀ ୧୪ ତାରିଖରେ ମାଳଦ୍ୱୀପରେ ଅନୁଷ୍ଠିତ ହୋଇଥିବା କୋର୍‌ କମିଟି ବୈଠକରେ ମୁଇଜ୍ଜୁ ସରକାର ସେଠାରେ ଉପସ୍ଥିତ ୮୮ଜଣ ଭାରତୀୟ ସୈନିକଙ୍କୁ ଖୁବଶୀଘ୍ର ହଟାଇବା ପାଇଁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଦେଇଥିଲେ।