Img 20240216 Wa0164

ଦେଶବ୍ୟାପୀ ହରତାଳ, ଧର୍ମଘଟ ଓ ଗ୍ରାମୀଣ ଭାରତ ବନ୍ଦ ମୟୂରଭଞ୍ଜରେ ସଫଳ

State

ବାରିପଦା: କର୍ପୋରେଟ ପ୍ରୋତ୍ସାହିତ ସାଂପ୍ରଦାୟିକ ତାନାସାହି କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ, କୃଷକ, ଜନବିରୋଧୀ ନୀତି ଗୁଡିକ ବିରୋଧରେ ଆଜି ଦେଶର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ କର୍ମଚାରୀ ଫେଡେରେସନ ଓ ସ୍ଵାଧୀନ ସଂଗଠନ ମାନଙ୍କଦ୍ବାରା ଆହୂତ ଦେଶବ୍ୟାପୀ ଧର୍ମଘଟ ଓ ଗ୍ରାମୀଣ ଭାରତ ବନ୍ଦ ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ ମିଳିତ ଭାବେ କଂଗ୍ରେସ, ଆଇଏନଟିୟୁସି,ଏଆଇଟିୟୁସି, ସିପିଆଇ,ସିଟୁ, ସିପିଏମ,ଏଚମସ,ଏଆଇୟୁଟିୟୁସି, ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ସ୍ଵାର୍ଥ ବିରୋଧୀ ୪ଟି ଶ୍ରମ କୋଡ ବାତିଲ, ଲକ୍ଷ୍ମୀପୁର କୃଷକ ଗଣହତ୍ୟା ଷଡ଼ଯନ୍ତ୍ରରେ ଅଭିଯୁକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କୁ ବହିଷ୍କାର,ଆଶା, ଅଙ୍ଗନବାଡ଼ି, ପାଚିକା ସହାୟିକା ମାନଙ୍କୁ ଶ୍ରମିକର ମାନ୍ୟତା ସହ ମାସିକ ୨୬ ହଜାର ଟଙ୍କା ମଜୁରୀ, ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନଗତ ଗ୍ୟାରେଣ୍ଟି, କୃଷକମାନଙ୍କୁ ଋଣରୁ ମୁକ୍ତି, ଭାଗଚାଷୀ ଆଇନ୍ ପ୍ରଣୟନ, ମନରେଗାରେ ଶ୍ରମିକଙ୍କୁ ବାର୍ଷିକ ୨୦୦ ଦିନର କାମ ସହ ଦୈନିକ ୬୦୦ ଟଙ୍କା ମଜୁରୀ, ଜଙ୍ଗଲ ଜମି ଅଧିକାର ଆଇନକୁ କଡ଼ାକଡ଼ି ଲାଗୁ କରିବା, ପୁରୁଣା ପେନସନ ଲାଗୁ କରିବା,ଠିକା ଶ୍ରମିକ, କର୍ମଚାରୀ ପ୍ରଥା ଉଛେଦ କରି ସ୍ଥାୟୀ ନିଯୁକ୍ତି,ଦରଦାମକୁ ନିୟନ୍ତ୍ରଣ କରିବା,କାମକରିବାର ଅଧିକାରକୁ ସମ୍ବିଧାନର ମୌଳିକ ଅଧିକାର ଭୂକ୍ତ କରିବା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଭଳି ସବୁ କ୍ଷେତ୍ରରେ ଶ୍ରମିକମାନଙ୍କ ପଞ୍ଜୀକରଣ ଓ ସହାୟତା ପ୍ରଦାନ, ସଡ଼କ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ଡ୍ରାଇଭର ମାନଙ୍କ ପାଇଁ ଆଣିଥିବା ସଂଶୋଧିତ ଆଇନ ପ୍ରତ୍ୟାହାର, ଜାତୀୟ ସମ୍ପତ୍ତିର ଘରୋଇକରଣ ବନ୍ଦ, ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁରକ୍ଷା ଦେଵା, ଦିଲ୍ଲୀ ସିମାରେ କୃଷକମାନଙ୍କ ଉପରେ ଆକ୍ରମଣ ବନ୍ଦ କରିବା ଇତ୍ୟାଦି ଦାବି ଆଜିର ଧର୍ମଘଟର ମୂଳ ଉତ୍ସ ବୋଲି ସିପିଆଇ ତଥା ଏଆଇଟିୟୁସି ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର କହିଛନ୍ତି।

ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ନିରୋଜଲୋଚନ ଦାସ,ସିଆଇଟିୟୁ ଜିଲ୍ଲା ସଭାପତି ରଵି ଗୋସ୍ୱାମୀ, ସମ୍ପାଦକ ଅମଲ ଦେ, ଏଚମସ ର ସିନଗଲତା ମାଝୀ, ଓ ଏଆଇୟୁଟିୟୁସିର ପିତାମ୍ବର ନାଏକ ପ୍ରମୁଖ ସରକାରଙ୍କ ପୁଞ୍ଜିବାଦୀ ତୁଷ୍ଟିକରଣ ନୀତି
କୁ ସମାଲୋଚନା କରିଛନ୍ତି।

ଆଜିର ସର୍ବ ଭାରତୀୟ ପ୍ରତିବାଦରେ ଏଆଇଟିୟୁସି ଓ ସିପିଆଇ ପକ୍ଷରୁ କାହୁଁ ଚରଣ ବେହେରା, ଶ୍ରୀକାନ୍ତ ସାମଲ, ସୁଦର୍ଶନ ରାଉଳ, ମହେଶ୍ୱର,ସୁମିତ୍ରା ସିଂ, ଶମ୍ଭୁ, ଚିତ୍ରମଣି ସିଂ, ଅଖିଳ ଭାରତୀୟ ଆଦିବାସୀ ମହାସଭାର ରଥ ସିଂ, ଚିତ୍ରମଣୀ ସିଂ,ରୀନା ପୂର୍ତ୍ତି, ସୁଭଦ୍ରା, ଶମ୍ଭୁ ସିଂ,ଶୁକୁରା,ବାସୀ ସିଂ, ମୟୂରଭଞ୍ଜ ଟ୍ରାନ୍ସପୋର୍ଟ କର୍ମଚାରୀ ୟୁନିଅନର ରଘୁନାଥ ପଣ୍ଡା, ଅଶୋକ ଭଞ, ଗଙ୍ଗାଧର ସାମଲ, ମନୋରଞ୍ଜନ ପରିଡା, ସୁବାସ, ପାଚିକା ପକ୍ଷରୁ ଶକୁନ୍ତଳା ମହାନ୍ତ, ପଦ୍ମାବତୀ,କୁମଲତା, ଗାୟତ୍ରୀ ମହାପାତ୍ର,ରଜନୀ ସାମଲ, ବାସନ୍ତୀ ନାଏକ, ସନ୍ଧ୍ୟା ରାଣୀ,ଗୀତା ପଣ୍ଡିତ, ଏଆଇୟୁଟିୟୁସି ର ସର୍ଦାର ସିଂ, ଫୁଲ ଚାନ୍ଦ,

କଂଗେସ ପକ୍ଷରୁ ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ,ଗଣେଶ ବେହେରା, ସତ୍ୟ ସୁନ୍ଦର ଦଳନାଏକ, ବାଦଲ ହେମ୍ବ୍ରମ, ଦୀପକ୍ ଦାସ, ସତ୍ୟକାମ ସେନାପତି, ପ୍ରଦୀପ ମିଶ୍ର, ଇତିଶ୍ରୀ, ସସ୍ମିତା ମିଶ୍ର, ବିକାଶ ମହାଭୋଇ, ଶିବ ବିନ୍ଧାଣି, ଶୁଭ ସ୍ମିତା ଜେନା ପ୍ରମୁଖ ଶତାଧିକ ଲୋକ ସାମିଲ୍ ଥିଲେ |