Img 20240216 Wa0209

ଜନଜାତି ସାଂସ୍କୃତିକ ସମ୍ମିଳନୀ, ବାରିପଦା ଦ୍ୱାରା ଆୟୋଜିତ ହେବ ଆଦିଫେଷ୍ଟ ୨୦୨୪

State

ବାରିପଦା: ବାରିପଦାର ପ୍ରସିଦ୍ଧ ଛଉ ପଡ଼ିଆଠାରେ “ଜନଜାତି ସାଂସ୍କୃତିକ ସମ୍ମିଳନୀ ‘ଆଦିଫେଷ୍ଟ’ ଆୟୋଜିତ ହେଉଛି। ଶନିବାର ଓ ରବିବାର ଦୁଇଦିନ ଧରି ମୟୂରଭଞ୍ଜ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ର ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଆୟୋଜିତ ହେଉଛି। ଓଡ଼ିଶାର ପାରମ୍ପରିକ ଲୋକକଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଆର୍ଥିକ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶରେ ପ୍ରତି ଅଂଚଳର ପାରମ୍ପରିକ କଳା ଓ ସଂସ୍କୃତିର ପୁନଃ ଉଦ୍ଧାର ତଥା ଓଡ଼ିଶାର ପୁରାତନ ଗୌରବକୁ ବଜାୟ ରଖିବ। ଏହି ଉତ୍ସବରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଲୋକକଳାର ପ୍ରଦର୍ଶନ ହେବ ଏବଂ କଳା ସହ ଜଡ଼ିତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସରକାରଙ୍କ ତରଫରୁ ପାରମ୍ପରିକ ବାଦ୍ୟଯନ୍ତ୍ର ମାନ ପ୍ରଦାନ କରାଯିବ।କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଏବଂ କଳପ୍ରତି ଜନସାଧାରଣଙ୍କ ଭଲପାଇବାକୁ ସତଗୁଣିତ କରିବାପାଇଁ ଆମନ୍ତ୍ରିତ ଅତିଥି ଭାବେ ବଲିଉଡ ଅଭିନେତା ଗୋବିନ୍ଦା କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଏଥିସହିତ ସ୍ଥାନୀୟ କଳାକାରଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ।