Image 2024 02 16t120204.380

ପେଟିଏମ୍ ଫାଷ୍ଟଟ୍ୟାଗକୁ ନେଇ ଏନଏଚଏଆଇର ବଡ ନିଷ୍ପତ୍ତି, ପ୍ରଭାବିତ ହେବେ ୨ କୋଟି ୟୁଜର୍ସ

National & International

ନୂଆଦିଲ୍ଲୀ: ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ପକ୍ଷରୁ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଏହି ସଂସ୍ଥା ୩୨ ଟି ବ୍ୟାଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ବ୍ୟବହାରକାରୀଙ୍କୁ କେବଳ ଏହି ବ୍ୟାଙ୍କଗୁଡ଼ିକରୁ ଫାଷ୍ଟଟ୍ୟାଗ କିଣିବାକୁ କୁହାଯାଇଛି । କିନ୍ତୁ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ନାମ ଏହି ତାଲିକାରେ ନାହିଁ ।

ଏହାର ଅର୍ଥ ପେଟିଏମ୍ ବ୍ୟବହାରକାରୀଙ୍କୁ ଏବେ ନୂଆ ଫାଷ୍ଟଟ୍ୟାଗ୍ କିଣିବାକୁ ପଡିବ । ଏକ ଆକଳନ ଅନୁଯାୟୀ, ଦେଶରେ ପ୍ରାୟ ୨ କୋଟିରୁ ଅଧିକ ପେଟିଏମ୍ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀ ଅଛନ୍ତି ।

ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଆରବିଆଇ ଦ୍ୱାରା ନିଷେଧ କରାଯାଇଛି । କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ଫେବୃଆରୀ ୨୯ ପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଏହାର ସମସ୍ତ ସେବା ବନ୍ଦ କରି ଦେଇଛି ।

ଭାରତରେ ପ୍ରାୟ ୭ କୋଟି ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀ ଅଛନ୍ତି ଏବଂ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଦାବି କରିଛି ଯେ ଏହାର ବଜାର ଅଂଶ ୩୦ ପ୍ରତିଶତରୁ ଅଧିକ । ଏଭଳି ପରିସ୍ଥିତିରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବ୍ୟବହାରକାରୀଙ୍କ ଆନୁମାନିକ ସଂଖ୍ୟା ପ୍ରାୟ ୨ କୋଟି ହେବ ବୋଲି ଆକଳନ କରାଯାଇଛି ।