Onn 3

ଓ୍ଵାଗନର ଗ୍ରୁପ ମୁଖ୍ୟ ୟେଭଜେନି ପ୍ରିଗୋଝିନଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ

National & International

 

wogne

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାନଗର ଗ୍ରୁପ ମୁଖ୍ୟ ୟେଭଜେନି ପ୍ରିଗୋଝିନଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ। ରୁଷରେ ହୋଇଥିବା ଏକ ବିମାନ ଦୁର୍ଘଟଣାରେ ସମୁଦାୟ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ଏକ ପ୍ରାଇଭେଟ୍ ଜେଟ ମସ୍କୋରୁ ସେଣ୍ଟ ପିଟର୍ସବର୍ଗ ଯାଉଥିବା ବେଳେ ମଝି ଆକାଶରେ ବିମାନଟି ଦୁର୍ଘଟଣା ଶିକାର ହୋଇଥିଲା । ବିମାନରେ ୭ ଜଣ ଯାତ୍ରୀ ଓ ୩ ଜଣ କ୍ର୍ୟୁ ସଦସ୍ୟ ଥିଲେ। ରୁଷିଆର ବିମାନ ଚଳାଚଳ ବିଭାଗ ପକ୍ଷରୁ ଦୁର୍ଘଟଣା ନେଇ ସ୍ପଷ୍ଟ କରାଯାଇଛି ।

କିଛି ଦିନ ତଳେ ୱାଗନର ଗ୍ରୁପ ପୁଟିନ ପ୍ରଶାସନ ବିରୋଧରେ ସାମରିକ ବିଦ୍ରୋହ କରିଥିଲା। ପ୍ରିଗୋଝିନଙ୍କ ନେତୃତ୍ବରେ ମସ୍କୋକୁ ମାଡ଼ି ଆସିଥିଲେ ୱାଗନର ସୈନ୍ୟ। ତେବେ ସେମାନେ ତାଙ୍କୁ ବାଟରୁ ଅଟକାଇବାରେ ସଫଳ ହୋଇଥିଲା କ୍ରେମଲିନ। ୟୁକ୍ରେନ ଯୁଦ୍ଧରେ ବଡ଼ ଭୂମିକା ନେଇଥିଲା ୱାଗନର ଗ୍ରୁପ। ୟୁକ୍ରେନର ଅନେକ ଅଞ୍ଚଳ ଦଖଲ କରିଥିଲା ୱାଗନର ସେନା। କିନ୍ତୁ ରୁଷ ଅସ୍ତ୍ରଶସ୍ତ୍ର ଦେଉନଥିବା ଅଭିଯୋଗ କରି ବିଦ୍ରୋହ ଘୋଷଣା କରିଥିଲେ ୱାଗନର ମୁଖ୍ୟ ୟେଭଜେନି ପ୍ରିଗୋଝିନ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରି ଚର୍ଚ୍ଚାକୁ ଆସିଥିଲେ ୟେଭଗେନି ପ୍ରିଗୋଝିନ। ଜୁନରେ ରୁଷରେ ହୋଇଥିବା ବିଦ୍ରୋହ ପରେ ୟେଭଜେନି ପ୍ରିଗୋଝିନଙ୍କ କେତେବେଳେ ବି ହତ୍ୟା କରାଯାଇପାରେ ବୋଲି ଆଶଙ୍କା କରାଯାଉଥିଲା । ତେବେ ତାଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।

୧୯୬୧ ମସିହାରେ ଜନ୍ମିତ ପ୍ରିଗୋଝିନ୍ ୨୦ ବର୍ଷ ବୟସରୁ ହିଁ ମାରପିଟ, ଡକାୟତି ଆଦି ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ। ଜେଲ୍ରୁ ବାହାରିବା ପରେ ସେ ନିଜର ୱାଗନର ଗ୍ରୁପ୍ କରି ସେଥିରେ ଭଡ଼ାଟିଆ ସୈନ୍ୟଙ୍କୁ ଯୋଡ଼ୁଥିଲେ।

Post Views: 7