Onn 3

ଶାଶୁ-ଶ୍ଵଶୁରଙ୍କଠୁ ଅଲଗା ରହିବାକୁ ଜିଦ୍ କରିବା ନିଷ୍ଠୁରତା : ଦିଲ୍ଲୀ ହାଇକୋର୍ଟ

National & International

 

delhi

ନୂଆଦିଲ୍ଲୀ: କୌଣସି ଉପଯୁକ୍ତ କାରଣ ନଥାଇ ସ୍ତ୍ରୀ ନିଜ ଶାଶୁ-ଶ୍ବଶୁରଙ୍କ ଠାରୁ ଅଲଗା ରହିବାକୁ ସ୍ବାମୀଙ୍କୁ ଜିଦ୍ କରିବା ନିଷ୍ଠୁରତା ଅଟେ । ପାଶ୍ଚାତ୍ୟ ଦେଶ ଭଳି ଭାରତରେ ସ୍ତ୍ରୀ ସହିତ ରହିବାକୁ ପୁଅ ନିଜ ବାପା ମାଆଙ୍କଠୁ ଅଲଗା ହେବା ସହଜ ନୁହେଁ । ଏକ ପାରିବାରିକ ବିବାଦ ମାମଲାର ଶୁଣାଣି କରି ଦିଲ୍ଲୀ ହୋଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହାସହିତ ସ୍ବାମୀ-ସ୍ତ୍ରୀ ଲମ୍ବା ସମୟ ଧରି ଅଲଗା ରହିବାକୁ ସେମାନଙ୍କ ଛାଡପତ୍ରର ଆଧାର ବୋଲି କହିଛନ୍ତି ।

ଖବର ଅନୁଯାୟୀ, ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଠାରୁ ଛାଡପତ୍ର ନେବାକୁ ଫ୍ୟାମିଲ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ତାଙ୍କ ଆବେଦନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେହି ମାମଲାର ଶୁଣାଣୀ କରି ଦିଲ୍ଲୀ ହାଇକୋର୍ଟର ବିଚାରପତି ସୁରେଶ କୁମାର କୈତ ଓ ନ୍ୟାୟମୂର୍ତ୍ତି ନୀନା ବଂଶଲ କୃଷ୍ଣାଙ୍କ ଖଣ୍ଡପୀଠ ଉକ୍ତ ମାମଲାରେ ଫ୍ୟାମିଲ କୋର୍ଟର ଆଦେଶ ବିରୋଧରେ ସ୍ବାମୀର ଆବେଦନକୁ ସ୍ବୀକାର କରିବା ସହ ତାଙ୍କର ସ୍ତ୍ରୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ମାମଲାର ବିଚାର ସମୟରେ ହାଇକୋର୍ଟ କହିଛନ୍ତି ଯେ, ସ୍ତ୍ରୀ ନିଜ ସ୍ବାମୀର ପରିବାର ସଦସ୍ୟଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇବା, ତାଙ୍କୁ ଥାନାକୁ ଡକାଇବା ପାଇଁ ଲଗାତାର ଧମକ ଦେବା କ୍ରୁରତାପୂର୍ଣ୍ଣ କାର୍ଯ୍ୟ । ପତ୍ନୀ ନିଜ ସ୍ବାମୀ ଓ ତାଙ୍କର ପରିବାରକୁ ଅପରାଧିକ ମାମଲାରେ ଫସାଇବାକୁ ସବୁକିଛି କରିଛନ୍ତି । ଏହା ମାନସିକ ନିର୍ଯାତନା ଅଟେ ।

ମହିଳା ଅଭିଯୋଗ କରିଥିଲେ ଯେ, ଶ୍ବଶୁର ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । କିନ୍ତୁ ଶ୍ବଶୁର ବିରୋଧରେ ସେ କୌଣସି ମାମଲା ଦାୟର କରିନଥିଲେ । ତେଣୁ ଏହି ଅଭିଯୋଗ ପୁରା ମିଛ ଲାଗୁଛି । ଅଭିଯୁକ୍ତ ପକ୍ଷ ଥାନାକୁ ଯାଇଥିବା ବେଳେ ଏହି ସମ୍ପର୍କରେ କୌଣସି କଥା ଉଠିନଥିଲା । ବାପାମାଆଙ୍କ ଠାରୁ ଅଲଗା ରହିବାକୁ ମହିଳା ସ୍ବାମୀକୁ ଜିଦ୍ କରୁଥିଲେ । ପାରିବାରିକ କଳହ ପାଇଁ ଦୁଇ ପକ୍ଷ ୧୭ ବର୍ଷ ହେଲା ଅଲଗା ରହୁଥିଲେ । ସେଥିପାଇଁ ସେମାନଙ୍କ ଭିତରେ ବୁଝାମଣାର କିଛି ସମ୍ଭାବନା ନାହିଁ । ଏହି ଦୃଷ୍ଟିରୁ କୋର୍ଟ ଉକ୍ତ ଦମ୍ପତିଙ୍କ ବିବାହ ବିଚ୍ଛେଦ କରାଇଥିଲେ ।

Post Views: 6