Congres

କଂଗ୍ରେସକୁ ଆଶ୍ୱସ୍ତି, ଦଳର ବ୍ୟାଙ୍କ ଆକାଉଣ୍ଟ ଉପରୁ ହଟିଲା ପ୍ରତିବନ୍ଧକ

National & International

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଆଶ୍ୱସ୍ତି । କଂଗ୍ରେସ ପାର୍ଟିର ବ୍ୟାଙ୍କ ଆକାଉଣ୍ଟ ଏବେ ଅନ୍‌ଫ୍ରିଜ୍ ହୋଇଯାଇଛି । ଦଳୀୟ ନେତା ବିବେକ ତନ୍‌ଖା ସୂଚନା ଦେଇଛନ୍ତି ଯେ ଆୟକର ଆବେଦନ ଟ୍ରିବ୍ୟୁନାଲ (Income Tax Appellate Tribunal) ବୁଧବାର ପର୍ଯ୍ୟନ୍ତ କଂଗ୍ରେସ ଦଳର ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟାଇ ଦେଇଛନ୍ତି ।

ଏହାପୂର୍ବରୁ କଂଗ୍ରେସର ଅଜୟ ମାକେନ୍ ଶୁକ୍ରବାର ଦାବି କରିଛନ୍ତି ଯେ ଲୋକସଭା ନିର୍ବାଚନ ଘୋଷଣା ହେବାର କିଛି ଦିନ ପୂର୍ବରୁ ୨୦୧୮-୧୯ ବର୍ଷର ଆୟକର ରିଟର୍ଣ୍ଣକୁ ଆଧାର କରି କଂଗ୍ରେସର ଅନେକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇ ଦଳକୁ ୨୧୦ କୋଟି ଟଙ୍କାର ରିକଭରୀ ଦାବି କରାଯାଇଛି । ଅଜୟ ମାକେନ୍ ସାମ୍ବାଦିକ ସମ୍ମିଳନୀରେ ଆୟକର ବିଭାଗ ଉପରେ ଆକାଉଣ୍ଟ ଫ୍ରିଜ୍ କରିବା ଏବଂ ୨୧୦ କୋଟି ଟଙ୍କା ରିକଭରୀ ଦାବିର ଅଭିଯୋଗ ଆଣିଛନ୍ତି ।

ତେବେ ବର୍ତ୍ତମାନ କଂଗ୍ରେସ ଏବଂ ଯୁବ କଂଗ୍ରେସର ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଅଜୟ ମାକେନ୍ କରିଛନ୍ତି ଯେ ଦଳର ଆକାଉଣ୍ଟ ଫ୍ରିଜ୍ ହୋଇଥିଲା । ପାର୍ଟି ଆୟକର ଆବେଦନ ଟ୍ରିବ୍ୟୁନାଲ ପାଖରେ ଏକ ଆବେଦନ କରିଥିଲା, ଯାହାପରେ ଦଳକୁ ଟ୍ରିବ୍ୟୁନାଲରୁ ଆଶ୍ୱସ୍ତି ମିଳିଛି । ସେ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ନିଷ୍ପତ୍ତିକୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିପଜ୍ଜନକ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି ।