Buhalo Gp Re Ama Odisha Nabin Odisha Karjyakrama 1

ବୁହାଳୋ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ପଂଚାୟତ ଗୋଲଡ଼େନ କ୍ଲବ ନିକଟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରପଂଚ ରମାକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେଇ ପାନୀୟ ଜଳ ପ୍ରକଳ୍ପ, ଉପସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଶାସନରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତର ବିକାଶ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

ଏହି ଅବସରରେ ବିଧାୟକ ଶ୍ରୀ ଜେନା ବରିଷ୍ଠ ନାଗରିକ, ଆଶା, ଅଙ୍ଗନୱାଡ଼ି କର୍ମୀ,ଏସଏଚଜି ମହିଳା ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ଏବଂ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହାଛଡା ପ୍ରତ୍ୟେକ ୱାର୍ଡରେ ଆଲୋକୀକରଣ, ଧର୍ମାନୁଷ୍ଠାନ ଓ ସ୍କୁଲ ଗୁଡିକର ରୂପାନ୍ତୀକରଣ, ରାସ୍ତାଘାଟର ଉନ୍ନତିକରଣ,ରେସନ କାର୍ଡ଼ ମାଧ୍ୟମରେ ବ୍ୟାଗ୍ ଏବଂ ୧ହଜାର ଟଙ୍କା ପ୍ରଦାନ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ବିଡିଓ ଧର୍ମରଂଜନ ପଣ୍ଡା, ସିଡିପିଓ ସତ୍ୟଭାମା ବିଶୋଇ, ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ, ବିଜେଡି କୃଷକ ସଂଗଠନର ସଭାପତି ଜ୍ୟୋତି ପ୍ରକାଶ ସ୍ୱାଇଁ, ପୂର୍ବତନ ସରପଞ୍ଚ ମାୟାଧର ପରିଡ଼ା,ପ୍ରମୋଦ ସ୍ୱାଇଁ, ଆଶିଷ ସାହୁ,ଅଚ୍ୟୁତାନନ୍ଦ ସାହୁ ପ୍ରମୁଖ ଯୋଗଦେଇଥିଲେ ।

Buhalo Gp Re Ama Odisha Nabin Odisha Karjyakrama